ଏ ନବ ଯୌବନ ବୟସ, ଦିନୁଁ ଦିନ ତାର ହୁଅଇ ହ୍ରାସ ey nobo joubono bayasa

ଏ ନବ ଯୌବନ ବୟସ, ଦିନୁଁ ଦିନ ତାର ହୁଅଇ ହ୍ରାସ,

ହେବ ଆଗମନ ଦାରୁଣ ଦୁର୍ଦ୍ଦିନ,

ହେବ ଆସି ଜରାବସ୍ଥା ପ୍ରବେଶ । ଘୋଷା । 

 

ଏଣୁ ହେବ ଦୃଷ୍ଟି ଅନ୍ଧାର ନିରନ୍ତର ବହିବ ନୀର,

ଦନ୍ତ ହେବ କ୍ଷୀଣ, ଶକ୍ତି ହେବ ହୀନ,

ଗୋଟି ଗୋଟି ହୋଇ ପାଚିବ କେଶ    ା ୧ ।

ଥ ର ହର ହେବ ଶରୀର, ଭୟ ହେବ ଉଚ୍ଚ ସ୍ଥାନର,

ଆଉ ବାଟେ  ଘାଟେ କରତେ ଯାଆସ,

ନିୟତ ଜନ୍ମିବ ମନରେ ତ୍ରାସ     ା ୨ ।

ଏହି କି ସୁନ୍ଦର ବଦନ, ଧୂଳି ଦେହ ପୂର୍ବ ସମାନ,

ଆତ୍ମାଦାତାଠାରେ ଆତ୍ମା ଫେରିଯିବ

ଯେଣୁ ଏ ତାହାର ଅଟେ ପ୍ରବାସ । ୩ । 

 

ଏଣୁ କରି ଯୌବନେ ମନ କର ଈଶ୍ୱରଙ୍କୁ ସ୍ମରଣ,

ଅବା ବୃଦ୍ଧକାଳେ ପଡ଼ିଣ ଜଞ୍ଜାଳେ 

ବୋଲିବ ଏଥିରେ ନାହିଁ ହରଷ । ୪ ।

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *

One thought on “ଏ ନବ ଯୌବନ ବୟସ, ଦିନୁଁ ଦିନ ତାର ହୁଅଇ ହ୍ରାସ ey nobo joubono bayasa”