garbhadombho avhimaano kaahinki ete

ଗର୍ବ ଦମ୍ଭ ଅଭିମାନ କାହିଁକି ଏତେ 

ବାଟ-ବସା ଧୂଳିଘର ରହିବ ସତେ । ଘୋଷା ।

ଏ ତୋର ପୂନେଇଁ ଜହ୍ନ 

ଉଁଆସେ ହୋଇବ ଲୀନ 

ବୃଥା ରୂପ ଯଉବନ ସ୍ୱପନ ଯେତେ     ା ୧ ।

ହଜାଇ ଦେଇ ବିବେକ

 ଜାଣି ନ ଜାଣୁ ମୁରୁଖ

ଅଜାଣତେ ଦିନେ ଡାକ ପଡ଼ିବ ତୋତେ     ା ୨ । 

 

ଏକଲା ଆସିଛୁ ତୁହି 

ସଙ୍ଗେ କେହି ଯିବେ ନାହିଁ 

ସଙ୍ଗତେ ନେଲାଣି ବୋହି କହ କେ କେତେ ?      ା ୩ ।

କାଳ ସାଗର ଉତ୍ତାଳ ନାହିଁ ତାର ଥଳକୂଳ

ପାରିବୁ କି ପାର ହୋଇ ଭଙ୍ଗା ବୋଇତେ ?      ା ୪ ।

ବୁକୁର ରକତ ଦେଇ  ତରୀ ଯେ ଅଛି ବନାଇ

ଚିହ୍ନିଲେ ତରିବୁ ଯାଇ ତା’ ପ୍ରେମ-ପୋତେ  ା ୫ ।

Leave a comment

Your email address will not be published. Required fields are marked *

One thought on “garbhadombho avhimaano kaahinki ete”