hrudoyo kotha moromo byothaa

ହୃଦୟ କଥା                ମରମ ବ୍ୟଥା

ଜାଣିବ କିଏ ଆଉ ପ୍ରାଣ ଦେବତା । ଘୋଷା । 

ସାରାଟି ଜୀବନ ବହିଣ ଯାଏ,

ସାଧନ ଭଜନ ମୋର ବିଫଳ ହୁଏ,

କରି ପରଶ    କର ହରଷ

ଜୀବନ ମୋ ଆହେ ପାପ ହରତା । ୧ ।

ତୁମ୍ଭ ଦେଖା ପାଇଁ ଆସିଛି ଧାଇଁ,

ପାଏ କି ନ ପାଏ ଭୟ ହୁଅଇ,

ପଛେ ବା ଶୂନ୍ୟ ହୃଦୟେ ଫେରିବି ପୂର୍ବ ପରାଏ,

କୁହ ପ୍ରାଣ ଶାନ୍ତି ରାୟେ ଶାନ୍ତି ବାରତା । ୨ ।

Leave a comment

Your email address will not be published. Required fields are marked *