କାହିଁରେ ଭୁଲିଅଛୁ ମୂଢ଼ ପାମର ମନ ?
ବିଅର୍ଥେ ବହିଗଲା ତୋର ସକଳ ଦିନ । ଘୋଷା ।
ସୁତ ବିତ୍ତ ଆବୋରି ବୋଲୁଥାଉ ମୋହରି,
ଦିନେ ଭାବିଲୁ ନାହିଁ କାହୁଁ ତୋର ପତନ ? । ୧ ।
କେତେ ଦିନକୁ ମନ ବାନ୍ଧି ଅଛୁରେ ଟାଣ ?
ସତେ କି ଏ ସଂସାରେ ରହିବୁ ସଦାଦିନ ? । ୨ ।
ମୃତ୍ୟୁ ନେବ ହଠାତ, ମନେ ନ ଥିବ ଚେତ,
ଟେଳା ପରାଏ ଚୂର୍ଣ୍ଣ ହୋଇବ ତୋର ଟାଣ । ୩ ।
ମରଣ କାଳେ ତୁହି କି ଧନ ନେବୁ ବହି ?
ନିର୍ବୋଧ ଧନୀ କଥା କର ମନେ ସ୍ମରଣ । ୪ ।
କ୍ଷେତ୍ରେ ଶସ୍ୟ ତାହାର ହେଲା ବହୁ ଅମଳ,
ଭାବିଲା, କି କରିବି ? କାହିଁ ରଖିବା ସ୍ଥାନ । ୫ ।
ପୁଣି ମନେ ଭାବିଲା, ଭାଙ୍ଗିବି ସବୁ ଗୋଲା,
ବିସ୍ତାରି ବଡ଼ ବଡ଼ ପୁଣି କରି ନିର୍ମାଣ । ୬ ।
କରି ସଞ୍ôଚତ ତହିଁ ମନେ କହିବି ମୁହିଁ,
କୌତୁକେ ରହ ମନ କରି ଭୋଜନ ପାନ । ୭ ।
ପ୍ରଭୁଙ୍କ ଏ ବଚନ, ଆରେ ନିର୍ବୋଧ ଜନ,
ଆଜ ରାତ୍ରିରେ ଘେନିଯିବା ତୋହର ପ୍ରାଣ । ୮ ।
ଏଣୁ ହେ ମୋର ମନ ହୁଅ ତୁ ସାବଧାନ,
ସ୍ୱର୍ଗପୁରେ ସଞ୍ଚୟ କର ଅକ୍ଷୟ ଧନ । ୯ ।
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.