କର ପ୍ରଭୁ ତବ କର୍ମେ କଲ୍ୟାଣ kara probhu tobo korme kolyaano

କର ପ୍ରଭୁ ତବ କର୍ମେ କଲ୍ୟାଣ

ଓଡ଼ିଶା ମଧ୍ୟେ ବହୁଳ ଫଳ ହେଉ ଦର୍ଶନ । ଘୋଷା ।

ତୁମ୍ଭ ଶେଷାଜ୍ଞା ପ୍ରମାଣେ କେତେ 

କେତେ ଦାସଗଣେ ବାସ କରନ୍ତି ନାନା ସ୍ଥାନେ,

ସୁସମାଚାର କରି ପ୍ରଚାର

କରୁଥାନ୍ତି ସମସ୍ତଙ୍କୁ ତୁମ୍ଭ ପ୍ରେମେ ଆହ୍ୱାନ । ୧ ।

ତୁମ୍ଭ ପ୍ରତିଜ୍ଞା ପ୍ରମାଣେ ସଙ୍ଗେ ହୁଅ ଅନୁକ୍ଷଣେ

ପୁଣି ପବିତ୍ର, ଆତ୍ମା ଦାନେ,

କର୍ମେ ନିପୁଣ, ଧର୍ମେ ଭୂଷଣ,

କର ପ୍ରଭୁ କରିବାକୁ ତବ କର୍ମ ସାଧନ । ୨ ।

ଓଡ଼ିଶାର ବହୁଜନ କରି ଅନ୍ଧାରେ ଗମନ

କଷ୍ଟେ କାଟୁଛନ୍ତି ଜୀବନ,

ଧ ର୍ମ-କିରଣ କରି ଗ୍ରହଣ

କରନ୍ତୁ ଦୀପ୍ତିରେ ସଦା ସୁଖେ କାଳକ୍ଷେପଣ । ୩ । 

 

ତୁମ୍ଭ ଆଶୀର୍ବାଦ ଦାନ ଅଟେ ଅତି ପ୍ରୟୋଜନ ହେବାକୁ ଏ କର୍ମ ସାଧନ,

ଏଣୁ ବହନ ହୋଇ ପ୍ରସନ୍ନ

ଆତ୍ମା-ଜଳ ଦେଇ ଫଳ ଫଳାଅ ଶଏ ଗୁଣ । ୪ ।

 

 ତୁମ୍ଭ ମହା ପରାକ୍ରମ ପ୍ରକାଶି କର ଧ୍ୱଂସନ, ଶୟତାନ ରାଜ୍ୟ ବହନ,

ଶାନ୍ତି ରାଜନ ଯୀଶୁ ଆସନ

ହେଉ ସର୍ବ ନରଗଣଙ୍କର ଅନ୍ତଃକରଣ । ୫ ।

ସୂଚୀମାଳାକୁ ଫେରନ୍ତୁ

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *