kede dukho diyoyee mo mondo mono

କେଡ଼େ ଦୁଃଖ ଦିଅଇ ମୋ ମନ୍ଦ ମନ ନିରତେ,

ଚିତ୍ତେ ରଖି ନ ଦିଏ ସୁଖ ଶାନ୍ତି କିଞ୍ôଚତେ । ଘୋଷା । 

 

ଯେଉଁ ପାପର ପ୍ରତି ମୋର ଅତି ବିରକ୍ତି

ତହିଁ ବଳାଏ ମତି ଅନବରତ

ଧର୍ମ କର୍ମର ପ୍ରତି ଭକ୍ତି ହେଲେ ଉତ୍ପତ୍ତି

କରି ନ ଦିଏ ତାହା ବିହିତ ମତେ । ୨ ।

ଅନିତ୍ୟ ସଂସାରକୁ ଦୃଢ଼େ ବାନ୍ଧେ ହୃଦକୁ,

ବିସ୍ମୃତ ପରଲୋକ ଚିନ୍ତା ନିରତେ । ୩

ବିଶ୍ୱାସକୁ ମୋହର କରି ସଦା ଅସ୍ଥିର

ସ୍ୱର୍ଗ-ଭରସା ରଖି ନ ଦିଏ ଚିତ୍ତେ । ୪ ।

ପ୍ରଭୁ ହେକେତେ କାଳ 

ହେବ ଏ ଦଶା ମୋର ! 

କେତେ ସହିବି ନିତ୍ୟ ଦୁଃଖ ଏ ମତେ । ୫ ।

ତୁମ୍ଭର ମହାଶକ୍ତି ପ୍ରକାଶ ହେ ଝଟତି,

ଦମନ ହେଉ ମନ୍ଦ ମନ ତ୍ୱରିତେ । ୬ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *