କି ଦେଖି ସଂସାର ସୁଖକୁ କରୁ ମନ ମନୋନୀତ
ମହା ପୁରସ୍କାର ପ୍ରତି ନ କରି ଦୃଷ୍ଟିପାତ ? । ଘୋଷା ।
ଦେଖି ରୂପ ଶୋଭିତ ହେଉଛୁ କି ଲୋଭିତ ?
ନ ହୁଅ ପତଙ୍ଗବତ, ଅନଳ ସିନା ସେତ । ୧ ।
ଯାହାକୁ ମଣୁ ସୁଖ ସେ ତ ଦୁଃଖଦାୟକ,
କିଏ ତାହା ଭୋଗି ସତ୍ୟ ସୁଖ ହୋଇଛି ପ୍ରାପ୍ତ ? । ୨ ।
ଯେତେ ସଂସାର ସୁଖ ସବୁ ଅନିତ୍ୟ ଦେଖ,
କ୍ଷଣକେ ହେବ ବିସ୍ମୃତ ଦେଖିଲା ସ୍ୱପ୍ନବତ । ୩ ।
ଯେଉଁ କାଳେ ପ୍ରବେଶ ହେବ ମୃତ୍ୟୁ ଦିବସ,
କହ ତହିଁରୁ କି ଜାତ ହେବ ଶାନ୍ତି କିଞ୍ôଚତ ? । ୪ ।
ଆରେ ମନ ଅଜ୍ଞାନ, ହୁଅ ତୁ ଜ୍ଞାନବାନ,
ମୋଶା ନ୍ୟାୟ ସାର ବାଣ୍ଟ କର ତୁ ମନୋନୀତ । ୫ ।
କାହିଁ ମିଶ୍ର ନୃପତି କାହିଁ ବା ତା ସମ୍ପତ୍ତି ?
ଦେଖ ମୋଶାର ଐଶ୍ୱର୍ଯ୍ୟ ମୁକୁଟ ବିରାଜିତ । ୬ ।
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.