krupaa drusti re jishu onaao mo proti

କୃପା ଦୃଷ୍ଟିରେ
ଯୀଶୁ ଅନାଅ ମୋ ପ୍ରତି ପ୍ରସନ୍ନ ଚିତ୍ତରେ । ଘୋଷା
ମୁହିଁ ଅଧର୍ମ ପାପୀ ଦୁର୍ଜ୍ଜନ, ପାଷାଣ ସମାନ ମୋର ମନ
ପୁଣି ମୋର କୁଆଚରଣରେ
କଲି ଅସ୍ୱୀକାର ତୁମ୍ଭ ନାମ ବାରମ୍ବାରେ । ୧ ।

ଯେ ଦିନେ ତୁମ୍ଭ କଟାକ୍ଷ ଦୃଷ୍ଟି ପଡ଼ିଥିଲା ହେ ପିତର ପ୍ରତି,
ଆହା ସେ କେଡ଼େ କରୁଣା ଦୃଷ୍ଟି !
ସେହିପରି ଦୃଷ୍ଟି ଯୀଶୁ ପଡୁ ମୋ ଉପରେ । ୨ ।

ପଡ଼ିବା ମାତ୍ରକେ ଯେଉଁ ଦୃଷ୍ଟି ଗଲା ପିତର ହୃଦୟ ଫାଟି,
ତେହ୍ନେ ପକାଅ ମୋ ପରେ ଦୃଷ୍ଟି
ଶିଳା-ଚିତ୍ତ ବିଗଳିତ ହେଉ ସେପରିରେ । ୩ ।

ଯେଉଁ ଦୃଷ୍ଟି ପଡ଼ିବା ମାତ୍ରକ ଉଛୁଳିଲା ପିତର ଲୋତକ,
କଲା ଅତିଶୟ ଖେଦ ଶୋକ,
ମୋର ପାପ ହେତୁ ଖେଦ ହେଉ ସେପରିରେ । ୪

ଯେଉଁ ଦୃଷ୍ଟିରେ ଦୟାସାଗର କ୍ଷମା କଥା ପିତରେ ବୋଇଲ,
ସର୍ବଦୋଷ କ୍ଷମା କର ମୋର,
କର ପରିଷ୍କାର ତୁମ ଅମୂଲ୍ୟ ରୁଧିରେ । ୫ ।

Leave a comment

Your email address will not be published. Required fields are marked *