na kara jishu karunaa unna

ନ କର ଯୀଶୁ କରୁଣା ଊଣା,

ମୁହିଁ ପ୍ରଧାନ ପାପୀରେ ଅଟେ ଗଣା । ଘୋଷା ।

ତୁମ୍ଭେ ଅଟ କୃପାସିନ୍ଧୁ ଦୀନ ଅନାଥର ବନ୍ଧୁ

ତୁମ୍ଭେ ଅଟ ପତିତ ତାରକ,

ତୁମ୍ଭେ ଆହେ ଦୟାମୟ ପତିତର ମହାଶ୍ରୟ

ଅନ୍ୟ ଆଶ୍ରା ନାହିଁ ତୁମ୍ଭ ବିନା । ୧ ।

ଭୋଗିଅଛ ମୋ କାରଣ କ୍ରୁଶୋପରେ କି କଷଣ

ହେବାକୁ ମୋ ପାପ ପ୍ରାୟଶ୍ଚିତ୍ତ,

ସେହି ପ୍ରାୟଶ୍ଚିତ୍ତ ରକ୍ତେ ଧ ୁଅ ମୋର ପାପ ଯେତେ

ନ କର ଗୋଟିଏ ହେଁ ଗଣନା । ୨ ।

ମୁହିଁ ପାପୀ ଦୀନହୀନ ଧ ରିଛି ତବ ଚରଣ

କରୁଣା କର ମୋହରିଠାରେ,

କରିଲେ ତବ କରୁଣା ଦୀନଜନଠାରେ ଊଣା

କାହାଠାକୁ ଯିବି ତୁମ୍ଭ ବିନା ?

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *