ନ ମାନୁ ତ ବିବେକ ମନା କାହିଁ ପାଇଁ ?
ନ ମାନି ତା’ ସୁଖୀ କହ କାହିଁ ? । ଘୋଷା ।
ଅନ୍ତରେ ଅଟେ ବିବେକ ଈଶ୍ୱର ଦତ୍ତ
ଆଲୋକ ନିଭିଲେ ତା’ ଦୀପ୍ତି ଆଉ କାହିଁ ? । ୧ ।
ବିବେକ ସଦୁପଦେଶ ନ ମାନି
କରିଲେ ଦୋଷ ମନେ ଶାନ୍ତି ରହିବଟି ନାହିଁ । ୨ ।
ଦେବଟି ସଦା ଗଞ୍ଜଣା ଜନ୍ମାଇବ ଭୟ ନାନା,
ଉପରୋଧ ତାକୁ ଜଣା ନାହିଁ । ୩ ।
ଅମର କୀଟ ସମାନ ଦୋଷୀ ବିବେକକୁ ଜାଣ,
ତୀକ୍ଷ୍ମମୁଖ ଦୟା ତାର ନାହିଁ । ୪ ।
ଘେନ ବିବେକ ଆଦେଶ ନ ଭାଙ୍ଗ କରି ସାହସ,
ତା’ ବାରଣେ ମନ ବଳା ନାହିଁ । ୫ ।
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.