paapi baahudo baahudo ku pothoru

ପାପୀ ବାହୁଡ଼ ବାହୁଡ଼ କୁପଥରୁ,

କିପାଁ ମରିବ ? ଫେର ହେ କୁକର୍ମରୁ । ଘୋଷା । 

 

ଶୁଣ ପାପୀ ପ୍ରଭୁଙ୍କ ବିନୟ ବଚନ,

ତୁମ୍ଭ ମରଣେ ତୁଷ୍ଟି ନାହିଁ କଦାଚନ,

ପାପୀ ଜୀବନେ ତାଙ୍କ ବହୁ ସନ୍ତୋଷ ଦେଖ,

କେଡ଼େ ପ୍ରେମ ବଚନେ ଡାକନ୍ତି ପାପୀଗଣ,

ଘେନ ହେ ପାପୀଗଣ ତାଙ୍କ ପ୍ରେମ ବଚନ,

କିପାଁ ମରିବ ? ଫେର ପାପରୁ । ୧ । 

 

ଦେଖ ହେ ତ୍ରାଣକର୍ତ୍ତାଙ୍କ ଅପୂର୍ବ ପ୍ରେମ,

ତୁମ୍ଭ ପାଇଁ ଦେଇଛନ୍ତି ନିଜ ଜୀବନ

ଭୋଗିଲେ ତୁମ୍ଭ ପାପ, ସହିଲେ କି ସନ୍ତାପ !

ଢାଳିଲେ ସେ ରୁଧିର କରିବାକୁ ନିର୍ମଳ,

କରନ୍ତି ନିମନ୍ତ୍ରଣ, ଆସ ପାପୀ ବହନ,

କିପାଁ ମରିବ ? ଫେର ପାପରୁ । ୨ । 

 

ଶୁଣ ପାପୀ ଧର୍ମାତ୍ମାଙ୍କ ବିନୟ ଡାକ,

ଆସ ଶାନ୍ତି ଦେବେ ସେହି ଘୁଞ୍ଚାଇ ଶୋକ,

କରନ୍ତି ନିମନ୍ତ୍ରଣ ଦେବାକୁ ନୂଆ ମନ,

ହେବ ପରିବର୍ତ୍ତିତ ତୁମ୍ଭ ପାଷାଣ-ଚିତ୍ତ,

ଶୁଣି ଏ ନିମନ୍ତ୍ରଣ ଆସ ଆସ ବହନ,

କିପାଁ ମରିବ ? ଫେର ପାପରୁ । ୩ । 

 

ଦେଖ ପାପୀ, ଅଟଇ ଏବେ ଶୁଭ ଦିନ,

ହୋଇଛି ଉଦିତ ପରିତ୍ରାଣ-ଅରୁଣ,

ଥାଉଁ ଥାଉଁ ସୁକାଳ ଛାଡ଼ ଅଧର୍ମାଚାର,

ନ ରୁହ କାଲି ପାଇଁ, ଏବେ ଆସ ପଳାଇ,

ଡାକେ ସୁସମାଚାର, ଶୁଣ ସେ ମିଷ୍ଟ ସ୍ୱର,

କିପାଁ ମରିବ ? ଫେର ପାପରୁ । ୪ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *