traano tori hai bhobo samudre aasicha dine

ତ୍ରାଣ-ତରୀ ହେ ଭବ ସମୁଦ୍ରେ ଆସିଛ ଦୀନେ କରି ପାରି । ଘୋଷା ।

ପ୍ରଭୁ, ନ ଦିଶଇ ସ୍ଥଳ କୂଳ,         ବହୁ ପ୍ରାଣ ହୋନ୍ତି ଛାରଖାର

ତୁମ୍ଭେ ଅଟ ହେ ଦୀନ-ଦୟାଳୁ,

ଘାଟ ବସାଇ ବସିଛ ମହା କୃପା କରି । ୧ ।

ନାବ ନ ଚିହ୍ନ ଅବିଜ୍ଞଗଣ         ଧ ନ ଦେଇ ଦଦରା ନାବେଣ

ପାରି ହେବେ ବୋଲି କରି ପଣ

ଯାଉଁ ଯାଉଁ ମଝି ସମୁଦ୍ରରେ ବୁଡ଼ି ମରି । ୨ ।

ମନ, ଆସ ହେ ବହନ କରି ଭବ-ସିନ୍ଧୁ ଯେହ୍ନେ ହେବ ପାରି,

ସେ ନ ନିଅନ୍ତି ଧନ କାହାରି,

ମନ ଭକ୍ତି ବୁଝି ନେବେ ସୁପରୀକ୍ଷା କରି । ୩ ।

ଯାଇ ସ୍ୱର୍ଗକୂଳେ ପ୍ରବେଶିଲେ    ମହା ଆନନ୍ଦ ଶୁଭ ଚହଳେ,

ସାଧୁ ଧର୍ମ-ଦୂତଗଣ ମେଳେ

ପ୍ରଭୁ କୋଳେ ଧରି ନେବେ ମହା ପ୍ରେମ କରି । ୪ ।

Leave a comment

Your email address will not be published. Required fields are marked *