aaha ki subho dino mono pherono boro mu heli prapono

ଆହା କି ଶୁଭ ଦିନ ! ମନଫେରଣ ବର ମୁଁ ହେଲି ପ୍ରାପଣ । ଘୋଷା । 

 

କି ଭାଗ୍ୟବାନ ମୁହିଁ ! ହେଲି ଈଶ୍ୱରଙ୍କ ସଙ୍ଗେ ମିଳିତ ଯାଇ;

ଯୀଶୁରେ ହେଲି ସଂଯୁକ୍ତ ଦ୍ରାକ୍ଷାଲତା ଶାଖାମତ,

ସ୍ୱର୍ଗ-କପୋତ ମନେ କଲେ ଅଧିଷ୍ଠାନ । ୧ । 

 

କେଡ଼େ ମିଷ୍ଟସ୍ୱରରେ ଗାୟନ କରନ୍ତି ଦୂତେ ଅମରପୁରେ ! 

କରି ମୋତେ ଦୃଷ୍ଟିପାତ ହୁଅନ୍ତି କି ଆନନ୍ଦିତ !

ମର୍ତ୍ତ୍ୟପୁରେ ସାଧୁଗଣ କରନ୍ତି ଗାନ

ମନୁଷ୍ୟଙ୍କ ଛାମୁରେ ଆଉ ଧର୍ମ ଦୂତଗଣଙ୍କ ସାକ୍ଷାତରେ

କରିବି ମୁହିଁ ସ୍ୱୀକାର ନାମ ମୋ ପ୍ରିୟ ପ୍ରଭୁର,

କ୍ରୁଶ ବହି ପଛେ ପଛେ ଯିବି ବହନ । ୩ ।

ଆହେ ଆନନ୍ଦ ଦିନ, ହେ ଆନନ୍ଦଦାୟୀ ଯୀଶୁ ମୋର ରାଜନ,

ଆଜିଠାରୁ ମୁଁ ତୁମ୍ଭର ତୁମ୍ଭେ ହିଁ ସର୍ବ ମୋହର,

ତୁମ୍ଭ ବିନା ନିଷ୍ଫଳ ସର୍ବ ଧନ ମାନ । ୪ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *