aaha ki subho probhaato aaha ki mongolo praato

ଆଃ କି ଶୁଭ ପ୍ରଭାତ ! ଆଃ କି ମଙ୍ଗଳ ପ୍ରାତଃ !

କେଡ଼େ ଉଲ୍ଲସିତ ହେଲି କରି ମୁଁ ନେତ୍ରପାତ ! । ଘୋଷା । 

 

ଯେଉଁ ଦିନ ତ୍ରାତା ଖ୍ରୀଷ୍ଟ ହୋଇ ଗୌରବାନ୍ୱିତ

ସମାଧିକୁ କରି ଜୟ ହୋଇଥିଲେ ଉତ୍ଥିତ । ୧ ।

 

ପାପାତ୍ମା ଅପଲ୍ୟନ ମହିପତି ଯେଉଁଦିନ 

ହୋଇ ସମ୍ପୂର୍ଣ୍ଣ ଲଜ୍ଜିତ ହୋଇଲା ପରାଜିତ । ୨ । 

 

ଭାଙ୍ଗିଲେ ମୃତ୍ୟୁ-ନାହୁଡ଼ ପାପ ନରକ ବଳ,

ଶତ୍ରୁଙ୍କୁ କରି ପରାସ୍ତ ହେଲେ ନିତ୍ୟ ଜୀବିତ । ୩ ।

ଆଜି ଦିନ ନିରୂପିତ ମୋ ବିଶ୍ରାମ ନିମିତ୍ତ,

ବିଶ୍ୱାସେ ଅକଥନୀୟ ଆନନ୍ଦେ ଆନନ୍ଦିତ । ୪ ।

ଆହା, କି ଶୁଭ ଦିବସ ! କି ମଙ୍ଗଳ ପ୍ରତ୍ୟୁଷ !

ହେବି ମୁହିଁ ଆହ୍ଲାଦିତ ଗାଇ ପ୍ରଶଂସା ଗୀତ । ୫ ।

 

ଆରେ ଅନିତ୍ୟ ସଂସାର, ଯାଅ ତୁ ଆଜି ଦୂର,

ହେଉ ଆଦ୍ୟ ଆକର୍ଷିତ ଖ୍ରୀଷ୍ଟ ପ୍ରେମେ ମୋ ଚିତ୍ତ । ୬ ।

Leave a comment

Your email address will not be published. Required fields are marked *