aaha se jishunka krusha ascharjya

ଆହା ସେ ଯୀଶୁଙ୍କ କ୍ରୁଶ ଆଶ୍ଚର୍ଯ୍ୟ କେସନ ହେ । ଘୋଷା ।

ଯହିଁ ମୋ ଜୀବନପତି ସେ ମହାମହିମ ହେ,

ହୋଇଣ ବ୍ୟାକୁଳଚିତ୍ତ ତେଜିଥିଲେ ପ୍ରାଣ ହେ । ୧ । 

 

ଆଶ୍ଚର୍ଯ୍ୟ କଣ୍ଟା ମୁକୁଟ ମୁଣ୍ଡରେ ମଣ୍ଡନ ହେ,

ପୁଣି ହସ୍ତ ପାଦେ ଦେଖ ପ୍ରେକର ମାରଣ ହେ । ୨ ।

ହେଉଅଛି ଧାର ଧାର ରୁଧିର ପତନ ହେ,

ବହୁଅଛି ଦୟାଧାର ଆଶ୍ଚର୍ଯ୍ୟ କ୍ଷରଣ ହେ । ୩ ।

ଆହେ ସେ ଆଶ୍ଚର୍ଯ୍ୟ କ୍ରୁଶ ଦେଖ କି ଦାରୁଣ ହେ,

ବନ୍ଧା ହୋଇଛନ୍ତି ଯୀଶୁ ମୋ ତ୍ରାଣ ରାଜନ ହେ । ୪ । 

 

ସହିଲେ ବର୍ଚ୍ଛାର ବିନ୍ଧା ପାଶ୍ୱର୍ଦେଶେ ପୁଣ ହେ,

ରୁଧିର ଓ ନୀର ମିଶି ହୋଇଲା ପତନ ହେ । ୫ । 

 

ଦେଖ ସେ ଆଶ୍ଚର୍ଯ୍ୟ କ୍ରୁଶ ବିଚିତ୍ର ଦର୍ଶନ ହେ,

ଦୟା, ସତ୍ୟ, ଧର୍ମ, ଶାନ୍ତି ମିଳନ ଚୁମ୍ବନ ହେ । ୬ ।

ଧନ୍ୟ ସେ ଆଶ୍ଚର୍ଯ୍ୟ କ୍ରୁଶ, ଧନ୍ୟ ମୋ ରାଜନ ହେ,

ଭୋଗିଲେ କି ଲଜ୍ଜା ଦୁଃଖ ଦାରୁଣ କଷଣ ହେ । ୭ । 

 

ସବୁ ମୁଁ ମଣିଲି ତୁଚ୍ଛ ଅସାର ସମାନ ହେ,

ତୁମ୍ଭ କ୍ରୁଶ ହେତୁ ସବୁ କଲି ମୁଁ ବର୍ଜ୍ଜନ ହେ । ୮ ।

 

ତୁମ୍ଭେ ମୋ ଜୀବନ ପତି ମହା ପରିତ୍ରାଣ ହେ,

ତୁମ୍ଭ କ୍ରୁଶ ଅଟେ ମୋର ଦର୍ପର କାରଣ ହେ । ୯ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *