aahe jishu tobo aagyaa promaane komolo

ଆହେ ଯୀଶୁ, ତବ ଆଜ୍ଞା ପ୍ରମାଣେ କୋମଳ ଓ 

ନମ୍ର ଅନ୍ତଃକରଣେ ପାଳିବି ହୃଷ୍ଟମନେ ଏ ନିୟମ,

ଯୀଶୁ ତବ ମହା ପ୍ରେମ ବିଧାନ, କରିବି ସ୍ମରଣ ତୁମ୍ଭ ଅପୂର୍ବ ପ୍ରେମ କ୍ଳେଶମାନ । ୧ ।

ତବ ଶରୀର ଭଗ୍ନ ମୋ କାରଣ, ଏ ଭଗ୍ନ ରୋଟୀ ତାର ନିଦର୍ଶନ,

ତବ ବହୁମୂଲ୍ୟ ରୁଧିରଧାର ଦ୍ରାକ୍ଷାରସ ପାତ୍ରେ ଦର୍ଶନ ତାର,

କରିବି ସ୍ମରଣ ମୋ ପ୍ରତି ତୁମ୍ଭର ଅଗମ୍ୟ ପ୍ରେମ । ୨ ।

ହେ ଗେତ୍ସମନି, ସୁନ୍ଦର ଉଦ୍ୟାନ, ତୁମ୍ଭେ ହେବ କି ମନୁଁ ବିସ୍ମରଣ ?

ନାହିଁ ନାହିଁ ତହିଁ ହୁଏ ଦର୍ଶନ, ଯୀଶୁଙ୍କ ରୁଧିର ସ୍ୱେଦ ପତନ,

କରିବି ସ୍ମରଣ ହେ ଯୀଶୁ ତବ ମହାଶ୍ଚର୍ଯ୍ୟ ପ୍ରେମ । ୩ ।

କରିବି ନିତାନ୍ତ ତବ ସ୍ମରଣ, ଆଉ ତୁମ୍ଭର ଯାତନା କଷଣ,

ମୋ ପ୍ରତି ତୁମ୍ଭ ମହାଶ୍ଚର୍ଯ୍ୟ ପ୍ରେମ ଜୀବନ ଯାଏ କରିବି ସ୍ମରଣ, ହେ ଯୀଶୁ ପରମ,

ତୁମ୍ଭେ ହେବ କି ମନୁଁ ବିସ୍ମରଣ ?

ନିଦାନ କାଳ ହେଲେ ଉପସ୍ଥିତ, ହେଲେ ମୋ ଜୀବନ ଯାତ୍ରା ସମାପ୍ତ,

ପ୍ରିୟତମ ତ୍ରାତା, ମୋହର ପ୍ରତି ପକାଅ ତୁମ୍ଭର କରୁଣା ଦୃଷ୍ଟି,

ନ ପାସୋର ମୋତେ, ସ୍ମରଣେ ରଖ ତବ ପ୍ରେମଚିତ୍ତେ । ୫ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *