aahe swargo baasi raajono

(ସ୍ୱର : ପ୍ରାର୍ଥନାରେ ହୁଅ ପ୍ରବୃତ୍ତ)

ଆହେ ସ୍ୱର୍ଗବାସୀ ରାଜନ,

ତବ ଶ୍ରୀ ଉଦ୍ଦେଶେ କରି ଏହି ମନ୍ଦିର ଗଠନ । ଘୋଷା ।

କର ହେ ଦର୍ଶନ ତୁମ୍ଭ ପ୍ରଶଂସା ଭଜନା ସେବା କାରଣ

କରି ଏ ଗୃହ ନିର୍ମାଣ, କରି ଆଶୀର୍ବାଦ ଦାନ

ଏଠାରେ ତୁମ୍ଭ ମହିମା କର ପ୍ରଭୁ ପ୍ରକାଶନ । ୧ । 

 

ହେଉ ଏହି ସ୍ଥାନ ଅସଂଖ୍ୟ ଲୋକର ନୂତନ ଜନ୍ମସ୍ଥାନ,

ପାପୀ ଏଠାରେ ଯେସନ ଦେଖିବେ ତୁମ୍ଭ ବଦନ,

ଯେହ୍ନେ ଅନ୍ଧକାରବାସୀ ଦେଖିବେ ଧର୍ମ-ଅରୁଣ । ୨ । 

 

ଏ ଗୃହେ ଯେସନ ଖେଦାନ୍ତଃକରଣ ପାଇବେ ଶାନ୍ତିଦାନ,

ଘୁଞ୍ôଚବ ସନ୍ତାପ ଶୋକ ମନେ ହେବ ପୂର୍ଣ୍ଣ ସୁଖ,

ଏ ଗୃହେ ସେବାକାରୀଙ୍କୁ ଆନନ୍ଦେ କର ଭୂଷଣ । ୩ । 

 

ଯେହ୍ନେ ଏହି ସ୍ଥାନ ଅନେକ ଲୋକ ନିମନ୍ତେ ହେବ ଉଦ୍ୟାନ,

ରୋପିତ ହୋଇ ଏ ସ୍ଥାନେ ସ୍ୱର୍ଗୀୟ ଜଳସେଚନେ 

ଧର୍ମରୂପ ଫଳେ ହେବେ ଅତ୍ୟନ୍ତ ସୌନ୍ଦର୍ଯ୍ୟବାନ । ୪ । 

 

ଘେନ ନିବେଦନ, ହେଉ ଏ ମନ୍ଦିର ତବ ନିବାସ ସ୍ଥାନ,

ଏଠାବର ବଳିଦାନ ହେଉ ସ୍ୱର୍ଗେ ସୁଗ୍ରହଣ, ଏଠାରେ ସେବା କାରଣ ପ୍ରସ୍ତୁତ କରାଅ ମନ । ୫ ।

Leave a comment

Your email address will not be published. Required fields are marked *