aaso prabhu aaso aaji ehi sobhaasthaane hai

ଆସ ପ୍ରଭୋ ! ଆସ, ଆଜି ଏହି ସଭାସ୍ଥାନେ ହେ;

ଚାହିଁ ବସିଅଛୁ ଶୂନ୍ୟ ହୃଦୟେ ପୂଜା ଆୟୋଜନେ ହେ । ଘୋଷା ।

ପାପର ପ୍ରମାଦ       ସାଧେ ଯଦି ବାଦ

ତବ ଆଗମନେ ହେ,

ପାପ ତାପ ବିଷ କରି ହେ ନିଃଶେଷ ବସ ହୃଦାସନେ ହେ । ୧ ।

ସଂଜୀବିତ କରି       ଉତ୍ସାହେ ତୁମ୍ଭରି,

ତୁମ୍ଭ ଆତ୍ମାଗୁଣେ ହେ,

ଉଜ୍ଜାଗର କର ଜୀବନ ଆମର ବାନ୍ଧି ପ୍ରାଣେ ପ୍ରାଣେ ହେ । ୨ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *