biswaasiro proti kede priyotome se jishu naamo

ବିଶ୍ୱାସୀର ପ୍ରତି କେଡ଼େ ପ୍ରିୟତମ ସେ ଯୀଶୁ ନାମ । ଘୋଷା ।

ତାର ସର୍ବରୋଗ କରେ ଶାନ୍ତ, ମହା ପାପ-ରୋଗ କରେ ସୁସ୍ଥ;

ଦୂର କରେ ଭୟ ଆପଦ ସନ୍ଦେହ, କରେ ମହାସୁଖ ଶାନ୍ତି ଦାନ । ୧ । 

 

ସେ ନାମ ତାର ଦୃଢ଼ ପାଷାଣ, ତହିଁ କରଇ ଗୃହ ନିର୍ମାଣ;

ଆଉ ତାର ଢାଲ ଆଶ୍ରୟ ନଗର ଅଟଇ ଅସୀମ ତ୍ରାଣଧନ । ୨ । 

 

ସେ ତାହାର ପଥ ପ୍ରଦର୍ଶକ, ଅଟନ୍ତି ବନ୍ଧୁ ରାଜା ଯାଜକ;

ଅଟନ୍ତି ସେ ଅନୁଗ୍ରହର ଭଣ୍ଡାର, ତାର ପକ୍ଷବାଦୀ ଓ ଜୀବନ । ୩ ।

ଆହେ ସମସ୍ତ ଧାର୍ମିକଗଣ, କର ତାଙ୍କ ନାମେ ଜୟଗାନ;

କରି ତାଙ୍କୁ ସେବା ଆରାଧନା ପ୍ରେମ ଚରଣେ ସମର୍ପି ଦେହ ପ୍ରାଣ । ୪ ।

Leave a comment

Your email address will not be published. Required fields are marked *