chaalo trano potokaa dhori

ଚାଲ ତ୍ରାଣ-ପତାକା ଧରି ଯୀଶୁ ବଳେ ଦୃଢ଼ ନିର୍ଭର କରି । ଘୋଷା ।

କର ମଳିନ ବସ୍ତ୍ର ତ୍ୟାଗ, ଖ୍ରୀଷ୍ଟ ରୂପ ବସ୍ତ୍ରେ ହୁଅ ହେ ସଜ;

ଯୀଶୁ ନାମେ ଧରି ବିଶ୍ୱାସର ଢାଲ ଆଗ ବଢ଼ି ଚାଲ ସାହସ କରି । ୧ ।

ପଥେ ଅଛି ଆପଦ ଘେରି, ଲାଗିଅଛି ପୁଣି ସମର ଭାରି;

ଶତ୍ରୁ ଶୟତାନ ପାପ ମୃତ୍ୟୁ ପୁଣ ବସିଣ ଅଛନ୍ତି ପଥ ଓଗାଳି । ୨ ।

 

 ବାକ୍ୟରୂପ କଠଉ ମାଡ଼ି ପଛକୁ ନ ହଟ ଆପଦ ଡରି

ଦ୍ୱିଧାର ଖଡ୍ଗ କଟି ଦେଶରେ ଭିଡ଼ି ଭରସା-ଟୋପର ମସ୍ତକେ ପିନ୍ଧି । ୩ । 

 

କି କରିବ ସଙ୍କଟକାଳ ? ସଙ୍ଗରେ ଅଛନ୍ତି ଇମ୍ମାନୁଏଲ;

ସଦା ସର୍ବକ୍ଷଣେ ସେ ରଖିବେ ଧରି ନିଜ ବାହୁବଳ ବିସ୍ତାର କରି । ୪ ।

Leave a comment

Your email address will not be published. Required fields are marked *