dekho kemonto jibito ki bohumulya pothoro

( ସ୍ୱର : କର ଆହେ ନରଗଣ )

ଦେଖ କେମନ୍ତ ଜୀବିତ କି ବହୁମୂଲ୍ୟ ପଥର ! 

ସୁପରୀକ୍ଷିତ କୋଣସ୍ଥ ଅତି ଦୃଢ଼ ମନୋହର । ଘୋଷା ।

ଗାନ୍ଥକଗଣ ସମସ୍ତ   କଲେ ତାଙ୍କୁ ତୁଚ୍ଛୀକୃତ,

ଈଶ୍ୱର ଗୁନ୍ଥିଲେ ନିଜ ମଣ୍ଡଳୀ ତହିଁ ଉପର । ୧ ।

ଫାରୁଶୀ ଓ ଅଧ୍ୟାପକ ଆଉ ପ୍ରଧାନ ଯାଜକ,

କଲେ ତାଙ୍କୁ ହେୟଜ୍ଞାନ କରି ନିନ୍ଦା ଅନାଦର । ୨ । 

 

ତଥାପି ଏହି ପଥର ହୋଇବାରୁ ବହୁମୂଲ୍ୟ,

ଦେଖ ହୋଇଅଛି ଏବେ କୋଣ ପ୍ରଧାନ ପଥର । ୩ । 

 

ଆହେ ପ୍ରଭୁ, ତବ କାର୍ଯ୍ୟ ଅଟେ କେମନ୍ତ ଆଶ୍ଚର୍ଯ୍ୟ !

ଅଟେ ଅତି ଚମତ୍କାର ଆମ୍ଭମାନଙ୍କ ଦୃଷ୍ଟିର । ୪ । 

 

ଏ ଦିନ ଗୌରବଯୁକ୍ତ, ଈଶ୍ୱରଙ୍କ ନିରୂପିତ;

ଆହେ ଖ୍ରୀଷ୍ଟାଶ୍ରିତଗଣ, ସକଳ ଉଲ୍ଲାସ କର । ୫ । 

 

ତ୍ରାଣକର୍ତ୍ତାଙ୍କର ଦିନ ପରାଜିତ ବନ୍ଦିଗଣ,

ଯୀଶୁ ଅନନ୍ତ ରାଜନ, ତାଙ୍କୁ ନିତ୍ୟ ସେବା କର । ୬ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *