dhanya dhanya khristiano kede bhagyo bano hai

ଧନ୍ୟ ଧନ୍ୟ ଖ୍ରୀଷ୍ଟିୟାନ କେଡ଼େ ଭାଗ୍ୟବାନ ହେ । ଘୋଷା ।

ନାହିଁ ସିନା ତାର ରାଜ୍ୟ ସିଂହାସନ ଜଗତର ସୁଖ୍ୟାତି ସମ୍ଭ୍ରମ ଧନ,

ତଥାପି ତାହାକୁ ସରି ହୋଇବାକୁ ଅଟଇ କେଉଁ ରାଜନ ହେ      । ୧ । 

 

ଅଛି ତାର ଯେଉଁ ଉତ୍ତମାଧିକାର ଜଗତ ଜାଣିବେ କାହୁଁ ମୂଲ୍ୟ ତାର,

ତାଙ୍କ ଇଷ୍ଟ ସିନା ଅଷ୍ଟରତ୍ନ ସୁନା, ଏତ ମୂଲ୍ୟେ ଅତି ହୀନ ହେ । ୨ । 

 

ଦେଖ ଜଗତର ରାଜାଗଣ ପ୍ରତି, ଅଭାବ ନ ଥାଇ କେହି କି ଅଛନ୍ତି ?

ମାତ୍ର ଖ୍ରୀଷ୍ଟିୟାନ ନୁହଇ ତେସନ, ସର୍ବ ଅଟେ ତା ଅଧୀନ ହେ    । ୩ । 

 

ଈଶ୍ୱର ତାହାର ପିତା ଓ ପାଳକ, ଖ୍ରୀଷ୍ଟ ଜ୍ୟେଷ୍ଠ ଭ୍ରାତା ଆଉ ତା ତାରକ,

ସୁଖ ଶାନ୍ତିଦାତା ଅଟନ୍ତି ଧର୍ମତ୍ମା, ଆଉ ତାର କି ଭାବନା ହେ ? । 

 

ଜଗତ ନୁହେଁ ତାର ନିତ୍ୟ ବସତି, ଅଟେ ସେ ଅମର ସ୍ୱର୍ଗପୁର ଯାତ୍ରୀ,

ଆହା ! ତହିଁ ତାର ଯେ ସୁଖ ସମ୍ଭ୍ରମ ବୁଝିବେ କି ଜଗଜ୍ଜନ ହେ । ୫ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *