dhanya dhanya sodaa dhanya heontu

ଧନ୍ୟ ଧନ୍ୟ ସଦା ଧନ୍ୟ ହେଉନ୍ତୁ ଯୀଶୁ ରାଜା 

ସର୍ବ ଜଗତ କରନ୍ତୁ ତାଙ୍କ ଶ୍ରୀ ପାଦ ପୂଜା । ଘୋଷା ।

ତାଙ୍କ ରାଜ୍ୟ ପ୍ରବଳେ ବ୍ୟାପୁ ସର୍ବ ଅଞ୍ଚଳେ 

ବିନାଶ ହେଉ ବହନ ପାପାନ୍ଧକାର-ରାଜା । ୧ ।

ତାଙ୍କ ଶତ୍ରୁ ସମସ୍ତ    ହେଉନ୍ତୁ ପରାଜିତ,

ସ୍ଥାନ ତେଜି ପଳାଉନ୍ତୁ ସର୍ବେ ପାଇଣ ଲଜ୍ଜା । ୨ ।

ଯେତେକ ମିଥ୍ୟା ମତ            ସମୂଳେ ହେଉ ଲୁପ୍ତ,

ବାଜୁ ସର୍ବ କର୍ଣ୍ଣେ ତାଙ୍କ ସୁସମାଚାର ବାଜା । ୩ ।

ତାଙ୍କ ପରମ ନାମ ହେଉ ଜଗତେ ଗାନ 

ଦେଉନ୍ତୁ ପ୍ରଶଂସାବଳି ସକଳ ରାଜା ପ୍ରଜା । ୪ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *