dharmo grantho bochono maala

ଧର୍ମଗ୍ରନ୍ଥ ବଚନମାଳା ! ଭବାବ୍ଧି ତରଣେ ତରୀ ହୋଇଲା,

ଏ ଭବ-ଅରଣ୍ୟେ ପାପୀ ନରଗଣେ

ତ୍ରାଣର ଆଲୁଅ ଉଦୟ କଲା । ଘୋଷା ।

ତହିଁ ପାପ ମୋଚନ ବାଟ ଅଛି ସ୍ପଷ୍ଟ ରୂପେ ପ୍ରକଟ;

ତାହା ପାପୀ ମନ କରଇ ଫେରଣ, କରେ ନିବାରଣ ନରକ ଜ୍ୱାଳା । ୧ । 

 

ମଧୁଠାରୁ ଅତି ସୁମିଷ୍ଟ, ଶୁଦ୍ଧ ସୁବର୍ଣ୍ଣରୁ ସେ ଇଷ୍ଟ,

ଧ ର୍ମଗ୍ରନ୍ଥ ବାଣୀ ଅତି ଶୁଦ୍ଧ ମଣି, ଅମୂଲ୍ୟ ରତନ ହୃଦୟ ମାଳା । ୨ ।

ନୁହେଁ ମନୁଷ୍ୟର କଳ୍ପିତ, ହୋଇଅଛି ସେ ପରୀକ୍ଷିତ,

ଆଦ୍ୟ ପ୍ରାନ୍ତ ତାର ଅତି ସୁମିଳିତ, ଘଟିବ ବିନାଶ କରିଲେ ହେଳା । ୩ ।

ଆଚରିବା ପାଇଁ ବ୍ୟବସ୍ଥା, ପଥ ଦର୍ଶନାର୍ଥେ ବଇଠା,

ଦେଇ ଧର୍ମ ଦୀପ୍ତି କରେ ନୂଆ ମତି, ପାପାନ୍ଧାର ଭୟ ସବୁ ନାଶିଲା । ୪ ।

ଅଜ୍ଞାନର ଜ୍ଞାନଦାୟକ ମନର ସେ ପରିବର୍ତ୍ତକ,

କହଇ ପତିତ, ଏହି ଧର୍ମଗ୍ରନ୍ଥ ଈଶ୍ୱର ଆଦେଶେ ଦତ୍ତ ହୋଇଲା । ୫ ।

Leave a comment

Your email address will not be published. Required fields are marked *