gao geeto hai bhoyarto hoi aanondito

ଗାଅ ଗୀତ ହେ ଭୟାର୍ତ୍ତ ହୋଇ ଆନନ୍ଦିତ ହେ । ଘୋଷା !

ପାପୀଙ୍କ କାରଣ ଭୋଗି ଯେ ମରଣ ତିନିଦିନ ଥିଲେ ମୃତ୍ୟୁର ଅଧୀନ

ନିଜ ବଳେ ସେହି ମୃତ୍ୟୁଞ୍ଜୟୀ ହୋଇ ହେଲେ କବରୁ ଉତ୍ଥିତ । ୧ । 

 

ଅଛି କି ଏଥିରୁ ଆନନ୍ଦ ବିଷୟ, ଈଶ୍ୱର ତନୟ ହେଲେ ମୃତ୍ୟୁଞ୍ଜୟ;

ଗାଅ ସାଧୁଗଣ ହୋଇଣ ମିଳନ ପୋଛି ଲୋତକ ତ୍ୱରିତ ହେ । ୨ । 

 

ଯେଉଁ ଶେଷ ଶତ୍ରୁ ଭୟାନକ ମୃତ୍ୟୁ ବିଖ୍ୟାତ ଅତ୍ୟନ୍ତ କ୍ରୁରପଣ ହେତୁ,

ତା’ର ବଳ ଗର୍ବ ହେଲା ସର୍ବ ଖର୍ବ, ଏ କି କର୍ମ ଆଚମ୍ବିତ ହେ । ୩ । 

 

ଏ ମାଟି ଘରକୁ ସିନା ଭାଙ୍ଗିବାକୁ ଅନୁମତି ଦିଆଯାଇଛି ତାହାକୁ,

କ୍ଷତି କରିବାକୁ ବିଦେଶୀ ଆତ୍ମାକୁ କାହିଁ ତାହାର ସାମର୍ଥ୍ୟ ହେ । ୪ ।

ôଲା ତାହାର ଯେତେ ବଳ ସାହସ ଖ୍ରୀଷ୍ଟ କ୍ରୁଶ ସବୁ କଲା ଅବଶେଷ,

ଏଣୁ ଖ୍ରୀଷ୍ଟେ ମୃତ ହୋଇଣ ଉତ୍ଥିତ ହୋଇବେ ଖ୍ରୀଷ୍ଟଙ୍କ ମତ ହେ

Leave a comment

Your email address will not be published. Required fields are marked *