kaha paase mu saahose hai

କାହା ପାଶେ ମୁଁ ସାହସେ ହେ

ଯାଇପାରେ ଏ ଦୁର୍ଭାଗ୍ୟ କୁବେଶେ । ଘୋଷା ।

ତାଳୁ ତଳିପା ଯାଏ ସର୍ବାଙ୍ଗେ    ଘା ବ୍ରଣ ପୂରିଛି ମୋ ଅଙ୍ଗେ,

ମୁହିଁ ଘୃଣିତ ଅଟେ ତା ବାସେ । ୧ ।

ଆଚ୍ଛାଦନ ନାହିଁ, ମୁଁ ଉଲଙ୍ଗ,       ରୂପ ମନ ମୋର ବିଭଙ୍ଗ,

ଚଉଦିଗ ଘେରୁଛି ନିରାଶେ । ୨ ।

ଧର୍ମ କର୍ମ ନାହିଁ, ମୁଁ ଅଜ୍ଞାନ,       ପାପେ ବହିଗଲା ମୋ ଦିନ,

ଦହି ହେଉଅଛି ପାପ ତ୍ରାସେ । ୩ ।

ପାପଶାପ ହର୍ତ୍ତା, ତ୍ରାଣକର୍ତ୍ତା      ହେ ଯୀଶୁ ଖ୍ରୀଷ୍ଟ, ତୁମ୍ଭ ବାର୍ତ୍ତା

ଶୁଣି ଆସିଅଛି ତୁମ୍ଭ ପାଶେ । ୪ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *