kara drusti sarba srusti jishu moha rajanku

କର ଦୃଷ୍ଟି ସର୍ବ ସୃଷ୍ଟି ଯୀଶୁ ମହାରାଜାଙ୍କୁ,

ମେଘ ରଥେ ଆସୁଛନ୍ତି ବିଚାର କରିବାକୁ । ଘୋଷା ।

ପ୍ରତ୍ୟେକର ନୟନ    କରିବ ହେ ଦର୍ଶନ

ଆହୁରି ଦେଖିବେ ଯେତେ ବିନ୍ଧିଥିଲେ ତାହାଙ୍କୁ । ୧ ।

ପିତାଙ୍କ ଐଶ୍ୱର୍ଯ୍ୟରେ  ଆସିବେ ସେ ତେଜରେ 

ସଙ୍ଗେ ଘେନି କୋଟି କୋଟି ପରାକ୍ରାନ୍ତ ଦୂତଙ୍କୁ । ୨ ।

ହେବ ତୂରୀ ବାଦନ   ଯେହ୍ନେ ଘୋର ଗର୍ଜ୍ଜନ,

କୋଟିଏ ମେଘ ଗର୍ଜ୍ଜନ ସରି ନୋହିବ ତାକୁ । ୩ ।

ଶୁଣି ତାହାଙ୍କ ରବ ମତ ହେବେ ସଜୀବ,

ପୃଥିବୀ ସମୁଦ୍ର ସମର୍ପିବେ ସର୍ବ ମୃତଙ୍କୁ । ୪ ।

ଗୌରବ ସିଂହାସନେ ବସିବେ ସେ ସେଦିନେ,

ସକଳ ହୋଇବେ ରୁଣ୍ଡ ଆସି ତାଙ୍କ ଛାମୁକୁ । ୫ ।

ଧନ୍ୟ ଧାର୍ମିକ ଜନ, କି ଉଲ୍ଲାସ ସେ ଦିନ !

ଯିବେ ତାଙ୍କ ସଙ୍ଗେ ସ୍ୱର୍ଗେ ଜୀବନ ଭୋଗିବାକୁ । ୬ ।

ଶୁଣିଣ ପାପୀଗଣ    ସେହି ଘୋର ଗର୍ଜ୍ଜନ,

ଘୋଡ଼ାଅ ଘୋଡ଼ାଅ ବୋଲି ଡାକିବେ ପର୍ବତଙ୍କୁ । ୭

ପାପୀଗଣ ବାମରେ କମ୍ପିବେ କି ଭୟରେ !

ଅନନ୍ତ ଦଣ୍ଡାଜ୍ଞା ଶୁଣି ଯିବେ ଅଗ୍ନିହ୍ରଦକୁ । ୮

 

ଆସ ଯୀଶୁ ବହନ,    ବୋଲି ହୃଷ୍ଟେ ଆମେନ୍‌,

ସେ ମହାଦିନେ କରୁଣା କର ତୁମ୍ଭ ଦାସକୁ । ୯ ।

Leave a comment

Your email address will not be published. Required fields are marked *