kara jishunka naame jaya gaano

କର ଯୀଶୁଙ୍କ ନାମେ ଜୟଗାନ,

ପ୍ରାର୍ଥନା ପ୍ରଶଂସା ଘେନିବାକୁ ସେହି କେବଳ ସିନା ସୁଭାଜନ । ଘୋଷା ।

ସ୍ୱର୍ଗରେ ଦୂତଗଣ ସିଂହାସନ    ଚତୁର୍ଦ୍ଦିଗରେ ଥାଇ ଅନୁକ୍ଷଣ 

ବୋଲୁଥାନ୍ତି ସଦା ଧର୍ମ ଧର୍ମ ଧର୍ମ ଯୀଶୁ ପ୍ରଶଂସାକୁ ଭାଜନ । ୧ ।

ଆସ ଯୋଗ କରିବା ଆମ୍ଭ ଗୀତ ସ୍ୱର୍ଗ ଦୂତମାନଙ୍କର ସହିତ,

ଏକ ସ୍ୱରେ ଯୁବାମେଷ ଧନ୍ୟବାଦ ପ୍ରଶଂସା କରିବା ଗାୟନ । ୨ ।

କାରଣ ଆପଣା ରୁଧିର ଦେଇ ଆମ୍ଭମାନଙ୍କୁ ସେ ପାପରୁ ଧୋଇ

କରିଛନ୍ତି ଈଶ୍ୱରଙ୍କ ନିକଟରେ ରାଜା ଯାଜକ ସଂସ୍ଥାପନ । ୩ ।

ତାଙ୍କ ମହିମା ଆଉ କର୍ତ୍ତାପଣ ସର୍ବଦା ଥାଉ ଗୌରବ ସମ୍ଭ୍ରମ,

ଧନ୍ୟବାଦ ସ୍ତୁତି ଗ୍ରହଣ କାରଣ ସେହି କେବଳ ସୁଭାଜନ । ୪ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *