kara jodi kohe monimaa kara hai khyamaa

କର ଯୋଡ଼ି କହେ ମଣିମା, କର ହେ କ୍ଷମା,

ଶୁଣ ବାରେ ନିବେଦନ, ବରଷେ ସିନା  । ଘୋଷା । 

 

ନିଜ ଦ୍ରାକ୍ଷାକ୍ଷେତ୍ରେ ଜଣେ କଲେ ରୋପଣ ଗୋଟିଏ ବୃକ୍ଷ ଡିମ୍ବୁରି,

କେତେ ବର୍ଷ ଅନ୍ତେ ଫେରି

ଗଲେ ଫଳ ଆଶା କରି, ହେଲେ ବିମନା । ୧ । 

 

ମାଳୀକି କହିଲେ ଯାଇ, ବ୍ୟର୍ଥରେ ସିନା

ସ୍ଥାନ ଘେରିଅଛି ବୃକ୍ଷ, ଫଳ ନ ଫଳଇ ଏକ

ହେଲାଣି ତିନି ବରଷ ହୋଇବ ହଣା । ୨ ।

ଅନେକ ଥର ଫେରିଲୁ ଫଳର ବିନା

କରେ ନିବେଦନ ମାଳୀ, ଖତ ଦେବି ମୂଳ ଖୋଳି

ତଥାପି ଯେବେ ନ ଫଳେ ହେବ ସେ ହଣା । ୩ । 

 

ମଣ୍ଡଳୀରୂପ ବଗିଚା କରି ସ୍ଥାପନ 

ତହିଁ ମାଳୀରୂପେ ଖ୍ରୀଷ୍ଟ ଅଟନ୍ତି ଜଳ ସେଚକ 

ବଞ୍ଚାନ୍ତି ଆମକୁ ଖ୍ରୀଷ୍ଟ କରି ପ୍ରାର୍ଥନା । ୪ । 

 

ଖତ ଯେ ଚେତନା ବାକ୍ୟ ଶୁଣାନ୍ତି ନାନା,

ଶୁଣୁ ଶୁଣୁ ଯେଉଁ ଜନ ପାପୁଁ ନ ଫେରାଏ ମନ 

ନରକେ ତା’ର ପତନ ହୋଇବ ହଣା । ୫ ।

Leave a comment

Your email address will not be published. Required fields are marked *