kebe sehi subho dino netre karibi mu darshana

କେବେ ସେହି ଶୁଭ ଦିନ ନେତ୍ରେ କରିବି ମୁଁ ଦର୍ଶନ ହେ,

ଯେ ଦିନେ ମୋ ଯୀଶୁ ସ୍ୱଗୁଁ ତେଜେ କରିବେ ଆଗମନ ହେ ? ଘୋଷା ।

ତୂରୀ ନେଇ ଦିବ୍ୟ ଦୂତ ବଜାଇବେ କି ଅଦ୍ଭୁତ,

ତା ଶୁଣି ମୋ ମୃତ ଦେହ ହେବ କବରୁ ଉତ୍ଥାପିତ ହେ । ୧ ।

କରିବି ମୁହିଁ ଦର୍ଶନ ମୋ ପ୍ରଭୁଙ୍କ ଶ୍ରୀ ବଦନ,

ବହୁଦିନ ଅଭିଳାଷ ହେବ ମୋହର ସୁସମ୍ପୂର୍ଣ୍ଣ ହେ । ୨ । 

 

ଏହି ମୋ ଛାର ଶରୀର କରିବେ ସେ ରୂପାନ୍ତର,

ସୂର୍ଯ୍ୟ ତାରାର ସମାନ ମୁହିଁ ହୋଇବି ତେଜୋବାନ ହେ । ୩ ।

ପିନ୍ଧି ଅକ୍ଷୟ ମୁକୁଟ ଗୌରବେ ହେବି ଗୃହୀତ,

ତାଳ ବାହୁଙ୍ଗା ଧରିଣ ସଦା କରିବି ଜୟଗାନ ହେ । ୪ । 

 

ବୋଲିବି, ମୃତ୍ୟୁ ତୋହର ନାହୁଡ଼ କି ହେଲା ବୋଲ,

ହେ ପରଲୋକ, ତୋହର ଜୟ ହୋଇଲା ଅକାରଣ ହେ

ଅସଂଖ୍ୟ ସାଧୁ ସହିତ କାଢ଼ି ମୁଣ୍ଡରୁ ମୁକୁଟ

କରିବି ଅନନ୍ତ ଦିନ ମୁଁ ପରିତ୍ରାଣର ଗାୟନ ହେ । ୬ ।

Leave a comment

Your email address will not be published. Required fields are marked *