ki karma kalu re paamoro

କି କର୍ମ କଲୁ ରେ ପାମର !

ଯଗୁ ଶେଷେଦିନେ ପ୍ରଭୁ ସନଧ୍ନି ।ନେକ ିବୋଲି ଦେବ ୁତୁ ଉତ୍ତର? ଘୋଷା ।

ଯୀଶୁ ସେହି ଦିନେ ରାଜ ସିଂହାସନେ ବସିଣ କରିବେ ବିଚାର;

ଅବିଶ୍ୱାସୀ ପାପୀ ଭୟେ କମ୍ପି କମ୍ପି ମୁଖ କି ଟେକିବେ ଉପର ? । 

 

ଡାହାଣେ ଧାର୍ମିକ ବାମେ ପାପୀ ଲୋକ ଉଭା ହେବେ ବେନି ପାଶ୍ୱର୍ର;

ଧାର୍ମିକଙ୍କ ପ୍ରତି ହୋଇ ତୁଷ୍ଟ ଅତି ଅଧିକାର ଦେବେ ସ୍ୱର୍ଗର । ୨ ।

ଅଧାର୍ମିକ ପ୍ରତି ହୋଇ କ୍ରୁଦ୍ଧ ଅତି ନିଶ୍ଚୟେ ହୋଇବେ ନିଷ୍ଠୁର;

ଯାଅ ଶାପଗ୍ରସ୍ତ ନରକେ ସମସ୍ତ ମୁଖ ନ ଚାହିଁବା ତୁମ୍ଭର । ୩ ।

ଆହେ ମନ ଶୁଣ ନରକର ଗୁଣ,

କଦାପି ନୋହିବ ଶୀତଳ ସଦା ସର୍ବକ୍ଷଣ ଦହିବ ଏ ପ୍ରାଣ,

ସାମାନ୍ୟ ନୁହେଁ ସେ ଅନଳ । ୪ । 

 

ସ୍ୱର୍ଗ-ସୁଖ ପାଇଁ ଉପମା ବା କାହିଁ, ଆହା ସେ କେଡ଼େ ମନୋହର

ଧାର୍ମିକ ସ୍ୱର୍ଗରେ ପାପୀ ନରକରେ ଭୋଗାଭୋଗ ଅନନ୍ତକାଳ । ୫ । 

 

ଆରେ ମୋର ମନ, ହୋଇ ସାବଧାନ, ଧର ଖ୍ରୀଷ୍ଟଙ୍କର ପୟର;

ବିଚାର ଦିନରେ ମହା ଉଲ୍ଲାସରେ ସଙ୍ଗେ ଘେନିଯିବେ ସ୍ୱର୍ଗର । ୬ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *