koribi ki pori ede ghoro duskormo

କରିବି କିପରିରେ ଏଡ଼େ ଘୋର ଦୁଷ୍କର୍ମ 

ଅମର ଈଶ୍ୱରଙ୍କ ଦୃଷ୍ଟିରେ ହେ ?

ମୋର ଦୃଢ଼ ନିୟମ ଲଙ୍ଘିବି ମୁଁ କେସନ

ଯାହା କରିଛ ତାଙ୍କ ଛାମୁରେ ହେ ? ଘୋଷା । 

 

ସେ ମୋ ପରମ ପିତା, ସର୍ବ ମଙ୍ଗଳ ଦାତା,

କରିଛନ୍ତି କି କୃପା ମୋ ପରେ ହେ!

ବିରୁଦ୍ଧରେ ତାଙ୍କରି ପାରିବି କି ମୁଁ କରି

ଏଡ଼େ ପାପ ମୋ ଶତ୍ରୁ ଶିକ୍ଷାରେ ହେ ? । 

 

ମୋହର ପାପ ପାଇଁ କି ଦୁଃଖ ନିନ୍ଦା ସହି 

ବିଦ୍ଧ ହେଲେ ସେ କ୍ରୁଶ ଉପରେ ହେ,

କରି ପାପ ଏସନ ବାନ୍ଧିବି କି ମୁଁ ପୁନଃ 

ତାଙ୍କୁ ଅତ୍ୟନ୍ତ ଅପମାନରେ ହେ ? । 

 

ସେ ମୋ ପ୍ରବୋଧକର୍ତ୍ତା ଶୋକସନ୍ତାପହର୍ତ୍ତା,

ଦିଅନ୍ତି କି ଶାନ୍ତି ମୋ ମନରେ ହେ !

ଏଡ଼େ ଉପକାରୀଙ୍କି ଦେଇ ଘୋର ଦୁଃଖ 

କି ଦୂର କରିବି ଅକାରଣରେ ହେ ? । 

 

ସେ ସକଳାନ୍ତର୍ଯ୍ୟାମୀ ଜାଣନ୍ତି ସବୁ ପୁଣି,

ଦୃଷ୍ଟି ପଡୁଛି ତାଙ୍କ ମୋ ପରେ ହେ;

କରି ପାପ ଏମନ୍ତ ପାରେ କି କରି ଗୁପ୍ତ ?

କିସ ଅଜଣା ତାଙ୍କ ଗୋଚରେ ହେ ?

ଏ ମୋର ଦୃଢ଼ ଜ୍ଞାନ, ସେ ସର୍ବ ଶକ୍ତିମାନ,

ନୁହନ୍ତି ତୁଷ୍ଟ କେବେ ପାପରେ ହେ;

ତାଙ୍କ ଆଗେ ଏପରି କୁକର୍ମ ମୁହିଁ କରି

ପାଇବି ମଙ୍ଗଳ କେଉଁଠାରେ ହେ ?

ନାହିଁ ନାହିଁ, ଏସନ ପାପ ମୁଁ କଦାଚନ

କରିବି ନାହିଁ କେଉଁ କାଳରେ ହେ,

ହୋଇ ତାର ବିରୁଦ୍ଧ କରିବି ନିତ୍ୟ ଯୁଦ୍ଧ

ଥାଏ ଯେଯାଏ ପ୍ରାଣ ପିଣ୍ଡରେ ହେ । ୬ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *