naahin ede kaahaari premo

ନାହିଁ ଏଡ଼େ କାହାରି ପ୍ରେମ,

ଶତ୍ରୁ ଲାଗି ମୃତ୍ୟୁ ଭୋଗି ସଜୀବ ହେଲେ ତ୍ରିଦିନ । ଘୋଷା । 

 

ସେହି ପ୍ରଭୁ ଯୀଶୁ ପାପୀଙ୍କ ନିମନ୍ତେ ତେଜି ସ୍ୱର୍ଗଭୁବନ,

ପାପେ ଶ୍ରାନ୍ତ ଭାରାକ୍ରାନ୍ତ, ହୋଇ ତାଙ୍କ ପାଇଁ ହତ

ନିଜ ରକ୍ତ-ପ୍ରାୟଶ୍ଚିତ୍ତେ ତୋଷିଲେ ପିତାଙ୍କ ମନ । ୧ ।

ସେହି ପ୍ରାୟଶ୍ଚିତ୍ତେ ମହାପାପୀ ଜନେ ପାଇଲେ ପରିତ୍ରାଣ,

ପାଉଲ, ପାପିନୀ ନାରୀ, ଚୋରାଦିର ମନ ଫେରି,

ତାଙ୍କ କୃପାରୁ ପାଇଲେ ଅନନ୍ତ ଜୀବନ-ଧନ । ୨ । 

 

ସେହି ପ୍ରଭୁ ଯୀଶୁ କ୍ରୁଶ କାଷ୍ଠେ ଅତି କଷ୍ଟେ ତେଜିଲେ ପ୍ରାଣ,

ଦୁର୍ଜନ-ନିନ୍ଦିତ-ବାଣୀ ପ୍ରାର୍ଥନା କଲେ ତା’ ଶୁଣି,

ଆହେ ପିତା, କ୍ଷମା କର ଯାହା କଲେ ଏ ଅଜ୍ଞାନ । ୩ ।

Leave a comment

Your email address will not be published. Required fields are marked *