no tejo probhu mu dino jana

ନ ତେଜ ପ୍ରଭୁ, ମୁଁ ଦୀନ ଜନ;

କହିଅଛ, “ନ ଛାଡ଼ିବା କଦାଚନ” । ଘୋଷା ।

ପାପପୂର୍ଣ୍ଣ ଏ ସଂସାର,              ପାପରେ ଘୋର ଅନ୍ଧାର

ପ୍ରାଣ ହୁଏ ଦେଖି ଥର ଥର;

ହସ୍ତ ଧରି କର ସ୍ଥିର,

ବିଶ୍ୱାସ ହେଉ ସବଳ ବିଶ୍ୱାସେ ମୁଁ ପଶୁଛି ଶରଣ । ୧ ।

ଦୁଃଖ ଶୋକ ଭୟ ରୋଗ        ଘେରିଲେ ମୋ ଚତୁର୍ଦ୍ଦିଗ,

ସେ କାଳେ ଦୟାରେ ପ୍ରଭୁ ରଖ;

ନୋହିଲେ ନିରାଶେ ବୁଡ଼ି         ଯିବି ଧର୍ମ ପଥ ଛାଡ଼ି,

ହୁଅ ପ୍ରଭୁ ମୋଠାରେ ପ୍ରସନ୍ନ । ୨ ।

ଆସିଲେ ପରୀକ୍ଷା କାଳ          ସଙ୍ଗେ ଥାଇ ଦିଅ ବଳ;

ଯେସନେ ନ ହୋଇବି କାତର,

ଆନନ୍ଦରେ କରି ରଣ,               ଶତ୍ରୁ କରି ବିନାଶନ,

ହୋଇବି ସ୍ୱପଥେ ଧାବମାନ । ୩ ।

ମରଣ ନିକଟ କାଳ   ହେଲେ ଉପସ୍ଥିତ ମୋର

ନ ତେଜ ନ ତେଜ କ୍ଷଣକାଳ; ହସ୍ତ ଧରି ପାରି କର,

ପହଞ୍ଚାଅ ସ୍ୱର୍ଗପୁର

ନିଜ ପ୍ରତିଜ୍ଞା କର ସ୍ମରଣ । ୪ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *