palibi mu ey niyomo jishunku kari smarana

ପାଳିବି ମୁଁ ଏ ନିୟମ ଯୀଶୁଙ୍କୁ କରି ସ୍ମରଣ ।

 

ପରହସ୍ତଗତ ରାତ୍ରେ ଯୀଶୁ ଶିଷ୍ୟଙ୍କ ସଙ୍ଗତେ,

ପାଳିଥିଲେ ଏ ନିୟମ ପ୍ରେମେ ହୋଇ ପରିପୂର୍ଣ୍ଣ । ୧ । 

 

ଏ ନିୟମେ ତାଙ୍କ ପ୍ରେମ କରିବି ମୁହିଁ ସ୍ମରଣ,

ଯେଉଁ ପ୍ରେମେ ମରିଥିଲେ ମୋହର ପାପ କାରଣ । ୨ ।

ଏ ନିୟମେ ତାଙ୍କ ଦୁଃଖ ଯାତନା କ୍ରନ୍ଦନ ଶୋକ,

କରିବି ମୁହିଁ ସ୍ମରଣ, ମୋ କାରଣ ସେ କଷଣ । ୩ । 

 

ଏ ରୋଟୀ କରେ ପ୍ରକାଶ ତାଙ୍କର ବିକ୍ଷତ ମାଂସ,

ହୋଇଥିଲା ଖଣ୍ଡ ଖଣ୍ଡ ତାଙ୍କ ଦେହ ମୋ କାରଣ । ୪ । 

 

ଏ ଦ୍ରାକ୍ଷାରସେ ଦର୍ଶନ ତାଙ୍କ ରୁଧିର ପତନ,

ସର୍ବାଙ୍ଗରୁ ଧାର ଧାର ବହିଥିଲା ମୋ କାରଣ । ୫ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *