prabhu sabu to jaane mu je oporaadhi

ପ୍ରଭୁ, ସବୁ ତ ଜାଣ, ମୁଁ ଯେ ଅପରାଧୀ ଅକିଞ୍ଚନ,

ନାହିଁ ଧର୍ମ କର୍ମ ଜ୍ଞାନ ପୁଣ୍ୟ । ଘୋଷା ।

ପାପ ପୁରୁଷର ଖର ଶାଣ ଶର ବରଷି 

ବିଜୁଳି ସମ ବିଦାରି ଅନ୍ତର ଶାନ୍ତି କରେ ଦୂର ସମ୍ବଳ ମାତ୍ର କ୍ରନ୍ଦନ । ୧ । 

 

ବିଷୟ ଜଞ୍ଜାଳ କାମନା ଗରଳ ଘାରି ଦିଏ ନିଶିଦିନ

ପ୍ରତିହିଂସା ବିଷ ଆଳସ୍ୟ ବିଳାସ ଜୀବନ କରି ଆଚ୍ଛନ୍ନ । ୨ । 

 

ଶ୍ରୀଚରଣ ଧ୍ୟାନ ବେଳକୁ ଗୋପନ ଅପକର୍ମ ଅନୁଷ୍ଠାନ

ଜଗାଇ ସ୍ମୃତିକି ଜଳାଏ ଛାତିକି ଚିନ୍ତା-ଚିତା ଅବିରାମ । ୩ ।

ନଇରାଶ୍ୟ ତମ-ବିଧ୍ୱଂସୀ ତପନ, ଆଶାନନ୍ଦ ଉଦ୍ଦୀପନ,

ଏ ଘୋର ସଙ୍କଟେ ଚିଦାକାଶେ ପଟେ ଉଇଁ ଆସ ପୂର୍ଣ୍ଣ-ବ୍ରହ୍ମ । ୪ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *