ପ୍ରଭୁ, ଶୁଣ ଧନ୍ୟବାଦ ନିବେଦନ ପକାଇ କୃପା ନୟନ ହେ । ଘୋଷା ।
ସନ୍ଧ୍ୟାବେଳ ସ୍ତୁତି ପ୍ରାର୍ଥନା ମୋହର ପ୍ରବେଶୁ ତୁମ୍ଭ ଛାମୁରେ ହେ,
ସନ୍ଧ୍ୟାବେଳ ସୁଗନ୍ଧି ଧୂପ ସଦୃଶ କର ତୁମ୍ଭେ ସୁଗ୍ରହଣ ହେ । ୧ ।
ବଞ୍ଚାଇଲ ଦେହ ପ୍ରାଣ ଆଜି ଦିନ ମୋର ରକ୍ଷକ ହୋଇଣ ହେ,
ଆପଦ ସଙ୍କଟ ପରୀକ୍ଷା ସମସ୍ତ କଲ ତୁମ୍ଭେ ନିବାରଣ ହେ । ୨ ।
କଲ ପ୍ରୟୋଜନ ସୁମଙ୍ଗଳ ଦାନ ଦେଇ ଆଶୀର୍ବାଦ ଦାନ ହେ,
ତୁମ୍ଭ ମହାକୃପା ଚତୁର୍ଦ୍ଦିଗେ ମୋର ହେଲା ପର୍ବତ ପ୍ରମାଣ ହେ । ୩ ।
ପ୍ରଭୁ, ଆଜି ରାତ୍ର ହୁଅ ମୋ ସହିତ ଦୂର କରିଣ ସଙ୍କଟ ହେ,
ତୁମ୍ଭ ମହା ବାହୁରୂପ ପକ୍ଷ ତଳେ କର ମୋତେ ଆଚ୍ଛାଦନ ହେ । ୪ ।
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.