probhu hoi punoruthito

ପ୍ରଭୁ ହୋଇ ପୁନରୁତ୍ଥିତ, ଶିଷ୍ୟଙ୍କୁ ଫେଡ଼ିଲେ ଶାସ୍ତ୍ରର ଅର୍ଥ,

ଘେନିଣ ସହିତ ବେଥନି ପର୍ଯ୍ୟନ୍ତ ଆଶୀର୍ବାଦ କଲେ ତୋଳିଣ ହସ୍ତ । ଘୋଷା । 

 

କରୁ କରୁ ସେ ଆଶୀର୍ବାଦ ଅଦୃଶ୍ୟରେ ହେଲେ ବିଭେଦ,

ଗୌରବ ସହିତ ଈଶ୍ୱରଙ୍କ ସୁତ ଯାଇ ସ୍ୱର୍ଗପୁରେ ହେଲେ ଗୃହୀତ । ୧ ।

ଆସି ଦୁଇ ଦୂତ ସେକ୍ଷଣି ଉଚ୍ଚେ ପ୍ରକାଶିଲେ ଏ ବାଣୀ,

ଆହେ ଗାଲିଲୀୟ ନିବାସୀ ସମସ୍ତେ, କିମର୍ଥେ ଅନାଇ ହୁଅ ଚକିତ । ୨ । 

 

ଏହି ପ୍ରଭୁ ଯୀଶୁ ଏପରି ଆଉ ଥରେ ଆସିବେ ଫେରି,

ହୋଇ ମେଘାରୂଢ଼ ଐଶ୍ୱର୍ଯ୍ୟ ସହିତ ସଙ୍ଗେ ଘେନିଣ କୋଟି କୋଟି ଦୂତ । ୩ । 

 

ଫେରିଗଲେ ଶିଷ୍ୟସମୂହ, ପ୍ରଭୁ ହେଲେ ତାଙ୍କ ସହାୟ,

ହୋଇ ଆହ୍ଲାଦିତ ପ୍ରେମେ ପୁଲକିତ ଧନ୍ୟବାଦ କଲେ ମିଶି ଏକତ୍ର । ୪ । 

 

ସବୁ ଯୁଗେ ପ୍ରଭୁ ଏପରି ଆଶିଷ କଲେ ଶିଷ୍ୟୋପରି,

କହେଦୀନ ଦାସ, ତବ ପାଦେ ଆଶ, ଦାନ କର ମୋତେ ଅକ୍ଷୟ ବିତ୍ତ । ୫ ।

Leave a comment

Your email address will not be published. Required fields are marked *