aaha ki staane soile jishu raajana

ଆହା କି ସ୍ଥାନେ ଶୋଇଲେ ଯୀଶୁ ରାଜନ ହେ ! । ଘୋଷା । 

 

ଯେହୁ ସ୍ୱର୍ଗ ଅଧିପତି ଅନନ୍ତ ଜୀବନ ହେ,

ଉଦ୍ଧାର ହେଲା କବର ତାଙ୍କର କାରଣ ହେ । ୧ ।

 

ମୁକୁଟ ଭୂଷିତ ତାଙ୍କ ଗୌରବ ମସ୍ତକ ହେ,

ସ୍ୱର୍ଗୀୟ ସୁବର୍ଣ୍ଣ ଶେଯେ ଯେ କଲେ ଶୟନ ହେ । ୨ । 

 

ଏବେ ଦେଖ ମାଟି ଶଯ୍ୟା କବର ଭିତର ହେ,

ଶୋଇଛନ୍ତି ଦୀନହୀନ ଦରିଦ୍ର ସମାନ ହେ । ୩ ।

ଧନ୍ୟ ସେ କବର, ଯୀଶୁ, ଧନ୍ୟ ତବ ନାମ ହେ,

ତୁମ୍ଭେ ହେଲ ମୋ କାରଣ ଏଡ଼େ ଦୀନହୀନ ହେ ! । ୪ । 

 

ଛାଡ଼ିଣ ଗୌରବ ଶଯ୍ୟା ସ୍ୱର୍ଗ ସିଂହାସନ ହେ 

ମୋ ପାଇଁ କଲ ତୁମ୍ଭେ କବରେ ଶୟନ ହେ । ୫ ।

Leave a comment

Your email address will not be published. Required fields are marked *