aaha noratmaa ki bahumulya dhana

ଆହା ନରାତ୍ମା କି ବହୁମୂଲ୍ୟ ଧନ

ଈଶ୍ୱରଙ୍କ ନିଶ୍ୱାସରୁ ଯାହାର ଉତ୍ପନ୍ନ । ଘୋଷା । 

 

ସମୁଦାୟ ଜଗତରୁ ରତ୍ନମଣି ସୁବର୍ଣ୍ଣରୁ ଅଟଇ ଯାହା ମୂଲ୍ୟ ଭାରି,

ହଜିଲେ ସେ ଆତ୍ମା ମନ କଦାଚ ନୁହେଁ ପ୍ରାପଣ;

କି ଲାଭ ହେବ ଜଗତ ପାଇଲେ ହେ ମନ । ୧ ।

ପ୍ରଭୁ ଯେଉଁ ଆତ୍ମା ପାଇଁ ନିଜ ଆତ୍ମଜ ପଠାଇ ଜଗତକୁ କଲେ କି ପ୍ରେମ,

ଯେଉଁ ଆତ୍ମା ପାଇଁ ମନ,

ଯୀଶୁ ଭୋଗିଲେ ମରଣ ସେ ଆତ୍ମାଟି ଜଗିଗଲେ କି ଲାଭ ହେ ମନ । ୨ ।

ଯେଉଁ ଆତ୍ମାର ଫେରଣ ଦେଖି ସ୍ୱର୍ଗ ଦୂତଗଣ ସ୍ୱର୍ଗପୁରେ କରନ୍ତି ଗାନ,

ଯେଉଁ ଆତ୍ମା ସଙ୍ଗେ ମନ ସରି ନୁହେଁ ସର୍ବ ଧନ,

ସେ ଆତ୍ମାଟି ହଜିଗଲେ ବ୍ୟର୍ଥ ତୋ ଜୀବନ । ୩ ।

ନୋହିବ ଏ ଆତ୍ମ ନାଶ ଭୋଗିବ ସୁଖ କି କ୍ଳେଶ ସ୍ୱର୍ଗେ ବା ନରକେ ଆହେ ମନ,

କର ହେ ମନ ସାଧନ ଏ ଆତ୍ମାର ପରିତ୍ରାଣ,

ଖ୍ରୀଷ୍ଟ ରକ୍ତେ ଯେଉଁ ଆତ୍ମା କିଣା ଆହେ ମନ । ୪ ।

Leave a comment

Your email address will not be published. Required fields are marked *