aso hai parisudha atma

ଆସ ହେ ପରିଶୁଦ୍ଧ ଆତ୍ମା

ଅନ୍ତରେ ଜାଗୁ ତୁମ ଅଗ୍ନିଶିଖା, ମନରୁ ଜଡ଼ ବିଷାଦ ଅପସରି,

ଚକ୍ଷୁ ମଳିନତା ନାଶ ତମୋହାରୀ । ଘୋଷା ।

 

ଦେଖାଅ ସରବ ପାତକୀ ନରେ  

ତୁମ ପ୍ରେମ ଅତୁଳ ପାପ ହରେ,

ପରବତ ପରି ପାପ ନିଏ ବୋହି

ଈଶବକ୍ଷରୁ ଝରା ରକତେ ଧୋଇ   । ୧ ।

 

କ୍ଷମାର ବାଣୀ ଦିଅ ମୋକ୍ଷଦାତା ହୋଇ ପ୍ରସନ୍ନ ଆହେ ଶାନ୍ତିଦାତା,

ନିରନ୍ତର ଆସୁ ଶକତି ତୁମରି   

ନିତ୍ୟ ସତ୍ୟ ପଥେ ସୁପ୍ରତ୍ୟୟ ଭରି   । ୨ ।

 

ମୋ ଜୀବନ ଆଣୁ ତୁମ ଗୌରବ

କର ନୂଆ ସୃଷ୍ଟି ମୋର ସରବ,

ଅସିଦ୍ଧି ଜୀବନ ପରିଶୁଦ୍ଧ କରି   

ଅନ୍ତରାତ୍ମା ତୁମ ଅନୁରାଗେ ଭରି            । ୩ ।

ସୂଚୀମାଳାକୁ ଫେରନ୍ତୁ

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *