nishi ghunchi ghunchi jaauchi

ନିଶି ଘୁଞ୍ôଚ ଘୁଞ୍ôଚ ଯାଉଛି,

ଉତ୍କଳ ଆକାଶେ ଖ୍ରୀଷ୍ଟ ଦିନମଣି ଗଉରବେ ଉଇଁ ଆସୁଛିଘୋଷା ।

ତୁଟି ତୁଟି ଯାଏ ଅନ୍ଧକାର ମୋହ,              ହସି ହସି ଉଠେ ପ୍ରକୃତି ନିବହ

ନୂଆ ଜନମର ଜୀବନ ପ୍ରବାହ   ପ୍ରାଙ୍ଗଣେ ପ୍ରାଙ୍ଗଣେ ଖେଳୁଛି । ୧ ।

କ୍ରୁଶ କାଲଭେରୀ ମୁକୁଟ କଣ୍ଟାର,               ପକ୍ଷୀକଳତାନ ଭ୍ରମର ଝଙ୍କାର,

ପ୍ରେମମୟଙ୍କର ଅନନ୍ତ ପ୍ରେମର ଗଉରବ ଗୀତି ଗାଉଛି । ୨ ।

କ୍ଷୁଦ୍ର ନାଜରିତ କଣ୍ଟା ମୁକୁଟିଆ   ବିଶ୍ୱର ଦୁଆରେ କ୍ରୁଶ କାନ୍ଧେ ଠିଆ,

ପରିପୂର୍ଣ୍ଣ ପ୍ରେମ ମୁକତି ତାଟିଆ ଦୁଆରେ ଦୁଆରେ ଯାଚୁଛି । ୩ ।

ପାପୀ ତାପୀ ଦୀନ ଆତୁର ଅନାଥ          ପୂଣ୍ୟମୟ କର ପରଶେ କୃତାର୍ଥ,

ଆସ ଯହିଁ ଯେତେ ଅଛ ପରିଶ୍ରାନ୍ତ          ଅନନ୍ତ ବିଶ୍ରାମ ମିଳୁଛି । ୪ ।

ଆଣିଛି ଆଲୋକ ନୂଆ ଜାଗରଣ,              ଜାଗରେ ନିଦ୍ରିତ ଉତ୍କଳ ସନ୍ତାନ,

ଥିବ କେତେ ଦିନ ମୋହ ନିଗମନ ! ଶୁଭ ଶଙ୍ଖ ଦେଶେ ବାଜୁଛି । ୫ ।

Leave a comment

Your email address will not be published. Required fields are marked *