(prabhu) deeya dekhaa baare mote

(ପ୍ରଭୁ) ଦିଅ ଦେଖା ମୋତେ ବାରେ,

ବଡ଼ ଆଶା ବାନ୍ଧି ପ୍ରାଣେ ଆସିଛି ମୁଁ ତୁମ ଦ୍ୱାରେ । ଘୋଷା ।

ଅରୁପାନନ୍ଦ ସୁନ୍ଦର   ଅନୁପମ କଳେବର

ଆଙ୍କି ଏ ହୃଦରେ ମୋର ପୂଜୁଥିବି ପ୍ରେମ-ଫୁଲେ । ୧ ।

ଜ୍ୟୋତିପୁଞ୍ଜ ରୂପରାଶି ହୃଦୟ-କନ୍ଦରେ ପଶି

ଜୀବନର ଅମାନିଶି ନାଶି ଶୋଭୁ କାଳେ କାଳେ । ୨ ।

କାମନା-ମୋହ ମାଦକ ପାପଜ ଅଳୀକ ସୁଖ 

ଦେଖି ଶ୍ରୀମୁଖ ମୟୁଖ ନିବର୍ତ୍ତିବ ଅବହେଳେ । ୩ ।

ଦାସେ ଦେଇ ଦରଶନ           କିଣି ରଖ ଏ ଜୀବନ,

ସଫଳ ହେଉ ଜନମ ତୁମ ମହାକୃପା ବଳେ । ୪ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *