prabhu dekho he sayataano phaando paatichi

ପ୍ରଭୁ ଦେଖ ହେ, ଶୟତାନ ଫାନ୍ଦ ପାତିଛି;

ମୋ ମନ ଧର୍ମରୁ ବିଗାଡ଼ିବା ପାଇଁ ନିରତେ ଉପାୟ କରୁଛି । ଘୋଷା । 

 

ବୁଝି ଦେଖ ମନ କେମନ୍ତ ଏ କୂଟ, ଶୟତାନ ଏହା ଭ୍ୟାଇଛି;

ପଶିଣ କପଟେ ବସି ମନ ମଧ୍ୟେ ମନ୍ଦ ପଥେ ମନ ନେଉଛି । ୧ । 

 

ମୋର ବଳ ନାହିଁ ଉଦ୍ଧାରିବା ପାଇଁ, ତୁମ୍ଭ ବଳ ପ୍ରଭୁ ମାଗୁଛି,

କାଟି ମାୟାଜାଲ ଉଦ୍ଧାର ହେ କର, ଶୟତାନ ପ୍ରାଣ ନେଉଛି । ୨ ।

ଧରି ରଖ ପ୍ରଭୁ ଶ୍ରୀ ପାଦପଦ୍ମରେ ମାଗୁଛି ମୁଁ ଏହା ମାଗୁଛି,

ମୋର ପାପବଳ ହେବାରୁ ପ୍ରବଳ ତୁମ୍ଭରେ ଶରଣ ପଶୁଛି । ୩ ।

କହେ ଦୀନହୀନ ମୋ ବିନତି ଘେନ, ଜଣାଣ ମୁଁ ଏହା କରୁଛି;

ତୁମ୍ଭ କୃପାବଳେ କୃତାର୍ଥ ନ କଲେ ତୁମ୍ଭ ବିନୁ ଆଉ କେ ଅଛି ?

Leave a comment

Your email address will not be published. Required fields are marked *