traano korta jishu su-sabdha laagila korne

ତ୍ରାଣକର୍ତ୍ତା ଯୀଶୁ ସୁଶବ୍ଦ ଲାଗିଲା କର୍ଣ୍ଣେ ଆମୋଦ,

ଜନ୍ମାଇଲା କି ଆହ୍ଲାଦ । ଘୋଷା । 

 

ମୁହିଁ ପାପୀ ଜନ ଥିଲି ପାପ ଶୟତାନ ଫାଶେ ବନ୍ଧନ,

ମୋର ବନ୍ଧନ କାଟିଣ କଲେ ମୋତେ ପରିତ୍ରାଣ,

କ୍ଷମା କଲେ ଯେତେ ମୋର ଅସଂଖ୍ୟ ପାପାପରାଧ । ୧ ।

ପୁଣି ଥିଲି ମୁହିଁ ଶୟତାନ ଦାସତ୍ୱରେ ଦାସ ଯେ ହୋଇ

କରି ତାଙ୍କ ରକ୍ତପାତ ଦାସତ୍ୱରୁ କଲେ ମୁକ୍ତ,

ଦେଇ ରକ୍ତ କଲେ କ୍ରୀତ, ହୋଇଲି ତାଙ୍କର ବାଧ୍ୟ । ୨ । 

 

ôଲା ଅତିଶୟ ମୋ ଉପରେ ପାପ-ବୋଝ ଋଣର ଦାୟ,

ବହିଲେ ମୋ ବୋଝ ପୃଷ୍ଠେ, କି ଉଶ୍ୱାସ କଲେ ମୋତେ ! 

ମୋର ମହା ମହା ପାପ-ଋଣ କଲେ ପରିଶୋଧ । ୩ । 

 

ମୁହିଁ ଅପବିତ୍ର ପାପଦାଗ କଳଙ୍କରେ ଥିଲି ଗ୍ରସିତ,

ପାପ ନେଲେ, ପୁଣ୍ୟ ଦେଲେ କଳଙ୍କ ମାର୍ଜନା କଲେ;

ପାପ ନରକରୁ ରକ୍ଷା ପାଇଲି ଧରି ଶ୍ରୀପାଦ । ୪ ।

 

 ମୁହିଁ ଅଭାଜନ ଥିଲି ଅତି ଦୀନହୀନ ମୃତ୍ୟୁ ଅଧୀନ,

କରି ମୋତେ ମହା ପ୍ରେମ ତେଜିଲେ ନିଜ ଜୀବନ,

ମୋର ପାପ ହେତୁ ତାଙ୍କୁ ଘଟିଲା ମୃତ୍ୟୁ ପ୍ରମାଦ । ୫ ।

Leave a comment

Your email address will not be published. Required fields are marked *