tumori ujjala pradipo jaalo

( ସ୍ୱର : ସୁଧାର ଭାରତ ଘୁମାବେ କତ )

ତୁମରି ଉଜ୍ଜ୍ୱଳ ପ୍ରଦୀପ ଜ୍ୱାଳ,

ଆମରି ଅନ୍ଧାର ଘରେ

ସବୁ ପାପ ନିଶା ଅପସରି ଯାଉ,

ତୁମ ଆଲୋକର ଜ୍ୟୋତିଃରେ । ଘୋଷା ।

କୋଣେ କୋଣେ ଯେତେ ଅନ୍ଧାର ଅଛି,

ତୁମରି ସ୍ପର୍ଶେ ଦିଅ ଗୋ ନାଶି,

ପରଶ ମଣିର ପ୍ରଦୀପ ତୁମର, ସୁନା କରି ଦେଉ ଆମରେ        । ୧ ।

ଦୂରେଇ ଯାଉ ହେ ଅପ୍ରୀତି ନିଶା,

ଅପ୍ରେମ, ଅନ୍ଧାର, ଅସତ୍ୟ, ହିଂସା,

ଘରେ ଘରେ ଆମ ପ୍ରିୟ ଯୀଶୁ ନାମ,

ଶୁଭ ଶଙ୍ଖ ବାଜୁ ମଧୁରେ         । ୨ ।

କ୍ଷୀଣ ଦୀପ ଆମ ନାହିଁ ଶକତି,

ଧୁକୁ ଧୁକୁ ଜ୍ୱଳି ଲିଭଇ ବତୀ,

ପରମ ଜ୍ୟୋତିରେ ଆମ ପରିବାର ଆଲୋକିତ କର ସତ୍ୱରେ    । ୩ ।

Leave a comment

Your email address will not be published. Required fields are marked *