asichu prabhu go tumari duare

ସ୍ଵର ସୁମଧୁର ସୁରେ ବନ୍ଦନା ଗାଅରେ


ଆସିଛୁ ପ୍ରଭୁ ଗୋ ତୁମରି ଦୁଆରେ
କରିବାକୁ ତବ ଆରାଧନା
ମନର ସରାଗେ ଆଶାର ଆବେଗ
ପାଇ ତବ କୁଶୀୟ ଝରଣା (ଘୋଷା)


ଏ ଶୁଷ୍କ ପରାଣେ ନାହିଁ ଭକ୍ତି ପ୍ରୀତି
କରିବାକୁ ନିତ୍ୟ ତବ ପୂଜା ସ୍ତୁତି
ନଇବେଦ ସମ ହୃଦୟକୁ ଆମ
ଅରପୁଛୁ ପଦେ ହେଉ ଢେନା I ୧ I


ଭାଙ୍ଗି ଚୁରିଦିଅ ଆମରି ହୃଦୟ
ତବ ମଧୁମୟ ପ୍ରେମେ ଭରିନିଆ
ନୂଆ ଭାବେ ଗଢ଼ି ତୁମରି ରୁପରେ
ନିଭାଇ ଆମ ପାପ କାଳିମା |9 |


ଜୀବନର ପଥେ ହୁଅ ସଦା ସାଥୀ
ତୁମରି ଇଙ୍ଗିତେ ଚଳାଅ ଗୋ ନିତି
ଲକ୍ଷ୍ୟଭ୍ରଷ୍ଟ କେବେ ନୋହିବ ଜୀବନେ
ନ ଯିବୁ ଗୋ ଆମେ ତୁମ ବିନା I୩I


ମନ, ପ୍ରାଣ, ଆତ୍ମା, ଶରୀର ଆମର
ତୁମରି ଆଶିଷ କରି ଗୋ ସୁ-ସ୍ଥିର
ଉଦ୍ଦୀପିତ କର ସବୁରି ଅନ୍ତର
ଦେଇ ତବ ନୂଆ ଉଦ୍ଦୀପନା I୪I

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *