ଜାଗ ବିଶ୍ବାସୀ ଦଳ
ମାଡ଼ି ଆସୁଛି ପରା ନରକ-ବଳ ରେ (ଘୋଷା)
ଆଳସ୍ୟ ବିଳାସିତା ମୋହ ମାଧୁରୀ
ସ୍ୱାର୍ଥପରତା ର୍ଦ୍ଦେଶ ଦେଲାଣି ସାରି ରେ… |୧|
ତୁମରି ଭାଇବଂଧୁ ଏ ତୁମ ଦେଶ
ପ୍ରତିହିଂସା ଅନଳ କଲାଣି ଧ୍ବଂସ ରେ… |୨|
ତ୍ୟାଗ ମନ୍ତର ହୃଦେ ସାହସ ଧରି
ତ୍ୟାଗୀ ଗୁରୁଙ୍କୁ ସେନାପତିରେ ବରି ରେ… |୩|
ପ୍ରେମ ବିନୟ କର ପାଳିକା ଧରି
ଭଗାରି ବଜ୍ର-ବକ୍ଷ ପକା ବିଦାରି ରେ… |୪|
ସତ୍ୟ ଅହିଂସା ଶାନ୍ତିପୂର୍ଣ୍ଣ ନିଃସଙ୍ଗ
ପ୍ରେମ-କବରେ ସାଜ ସାଜି ତୋ ଅଙ୍ଗ ରେ…. |୫|
ଆଜି ଦୁଦ୍ଦିନେ ପର-ଆପଣା ଭୁଲି
ପର ହିତକୁ ଦିଅ ରକତ ଢ଼ାଳି ରେ …. |୬|
ରକତ ବିଂଦୁ ତୋର ଛୁଇଁଲେ ଭୂଇ
ଅୟୁତ ଶାନ୍ତିସେନା ଉଠିବେ ଚେଇଁରେ … |୭|
ଶାନ୍ତିମୟଙ୍କ ପଦେ ମାଗରେ ଭିକ୍ଷା
ଆମିକ ଅଭିଷେକ ଅନଳ-ଦୀକ୍ଷାରେ … |୮|
ପ୍ରେମ ଅମୀୟ ଭରି ଯିବ ତୋ ବକ୍ଷା
ଘୁଚିଯିବ ସାଧନା ପଥ-କଣ୍ଟକ ରେ … |୯|
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.