jishu charan tale

ଯୀଶୁ – ଚରଣ ତଳେ
ବସିଛି ପୂଜାରୀ ଏ ଅବେଳେ । (ଘୋଷା)

ଅନନ୍ତ ହେ ତୁମ ପୂଜା ପାଇଁ,
ସ୍ଵର୍ଗ, ମର୍ତ୍ତ୍ୟ, ଅର୍ଘ୍ୟ ଯୋଗ୍ୟ ନାହିଁ
ତୁମ୍ଭ ମୋର ସ୍ରଷ୍ଟା, ମୁହିଁ ତୁମ୍ଭ ସୃଷ୍ଟି
ଅଛି କି ପୂଜାର କିଛି ହେଲେ ? … |୧|

ପୁଣ୍ୟ ପୂଜା ମୋର କିଛି ନାହିଁ,
ତୁଷ୍ଟି ହେବ ପ୍ରଭୁ ତୁମ୍ଭେ ଯହିଁ,
ଭଙ୍ଗାଚୁନା ଛାର ହୃଦୟଟି ମୋର
ଥୋଇ ଦେଲି ତୁମ ପାଦ ତଳେ … |୨|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *