mana paribartana kara

ମନ ପରିବର୍ତ୍ତନ କର, ଆଜି ପାପରୁ ଫେର … (ଘୋଷା)

ଆସୁଛି ଦିନ ପ୍ରଭୁଙ୍କ ଆଗମନ କରିଣ ଶବ୍ଦ ଜାଣ
କ୍ରୋଧର ଦିନ କ୍ଲେଶର ଦିନ ଅତି ଭୟଙ୍କର … |୧|

ଆଉ କେତେ କାଳ, ପାପରେ ସକଳ
କାଟିବା ଜୀବନ ଜାଣ
ନାହିଁ ପରିତ୍ରାଣ, ଯାଇଛି ହେ ଦିନ
ଯଥେଷ୍ଟ ହେଲା ଜାଣ… |୨|

କର ପାପ ସ୍ବୀକାର, କର ଖେଦ କ୍ରନ୍ଦନ
ପାଇବ ପରିତ୍ରାଣ….
ହୋଇ ଆତ୍ମାରେ ପୂର୍ଣ୍ଣ, ସଦା କର ଗମନ
ହାଲିଲୁୟା ଜୟଗାନ… |୩|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *